January 25, 2026

Now Odisha

Now Odisha

ଯାତ୍ରୀବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ମୃତ

Spread the love

ରାଇଘରରେଭୟଙ୍କରସଡକଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଖାଲରେ ଖସି ପଡ଼ିଲା ଯାତ୍ରୀବାହୀ ଗାଡ଼ି। ଏହିଦୁର୍ଘଟଣାରେ୨ଜଣଙ୍କମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ଆଜି ପାଖଞ୍ଜର ମେଳାକୁ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ର ଲୋକ ଯାଉଥିଲେ। ଏହି ଦଳରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନ ପାଉରବେଲା-୨ ଗ୍ରାମର ନିର୍ମଳ ମଜୁମଦାରଙ୍କ ପତ୍ନୀ ମାଳତୀ ମଜୁମଦାର ଓ ଛତିଶଗଡ଼ର କାଙ୍କେର ଜିଲ୍ଲା କେଶକାଲ ଅନ୍ତର୍ଗତ ଓମ୍‌ପ୍ରକାଶଙ୍କ ସମେତ ୧୭ଜଣ ଯାତ୍ରୀ ଏକ ଯାତ୍ରୀବାହୀ ଗାଡ଼ିରେ ଏକତ୍ର ଯାଉଥିବା ବେଳେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଖାଲରେ ଖସି ପଡ଼ିଥିଲାl ଗୁରୁତରମାନଙ୍କୁ ପ୍ରଥମେ ସ୍ଥାନୀୟ ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ୨ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୧୨ ଜଣଙ୍କର ଚିକିତ୍ସା ଜାରି ରହିଛି। କିଛି ଆହତ ଗୁରୁତର ଥିବାରୁ ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛିl ଖବରପାଇପୋଲିସଘଟଣାସ୍ଥଳରେପହଞ୍ଚିତଦନ୍ତଆରମ୍ଭକରିଛିl

error: Content is protected !!