ନୂଆଦିଲ୍ଲୀ: ଜୋମାଟୋ ଏବଂ ବ୍ଲିଙ୍କିଟର ପ୍ୟାରେଣ୍ଟ କମ୍ପାନୀ ଇଟର୍ନାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦୀପିନ୍ଦର ଗୋୟଲ ଗୁରୁବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେୟାର ହୋଲ୍ଡରମାନଙ୍କୁ ଏକ ଚିଠି ଲେଖି ସେ ଘୋଷଣା କରିଛନ୍ତି ଯେ ୧ ଫେବୃଆରୀ ୨୦୨୬ ରୁ ଗ୍ରୁପ୍ ସିଇଓ ପଦରୁ ଇସ୍ତଫା ଦେବେ। ତଥାପି, ସେ କମ୍ପାନୀରୁ ସମ୍ପୂର୍ଣ୍ଣ ପଦ ଛାଡିବେ ନାହିଁ ଏ
ସେ କହିଛନ୍ତି ଅଲବିନ୍ଦର ଧିଣ୍ଡସା ବର୍ତ୍ତମାନର କମ୍ପାନୀର ନେତୃତ୍ୱ ନେବେ। ତାଙ୍କୁ ନୂତନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଅଲବିନ୍ଦର ହେଉଛନ୍ତି ଜୋମାଟୋର କୋ-ଫାଉଣ୍ଡର ଆକୃତୀ ଚୋପ୍ରାଙ୍କ ସ୍ବାମୀ। ସେ ବ୍ଲିଙ୍କିଟ୍ର ମଧ୍ୟ ସିଇ କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି ପରିବର୍ତ୍ତନ ପରିଚାଳନା ଏବଂ ଭବିଷ୍ୟତ ଯୋଜନା ଉପରେ ଭଲ ଭାବରେ ଧ୍ୟାନ ଦେବା ପାଇଁ ଏକ ସୁଚିନ୍ତିତ ରଣନୀତି। ଏହାଦ୍ବାରା ମ୍ୟାନେଜମେଣ୍ଟ ଓ ଭବିଷ୍ୟତର ଯୋଜନା ଉପରେ ଭଲ ଭାବରେ ଫୋକସ୍ କରିହେବ।
ଗୋୟଲ ତାଙ୍କ ଚିଠିରେ କମ୍ପାନୀର ଅଭିବୃଦ୍ଧି, ଟିମ୍ ଅବଦାନ ଏବଂ ଭବିଷ୍ୟତ ରଣନୀତି ଉପରେ ଆଲୋକପାତ କରି କହିଛନ୍ତି ଯେ ନେତୃତ୍ୱ ପରିବର୍ତ୍ତନ ଏଟର୍ନାଲର ପରବର୍ତ୍ତୀ ଅଭିବୃଦ୍ଧି ପର୍ଯ୍ୟାୟ ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଆଲବିନ୍ଦର ଧିଣ୍ଡସାଙ୍କ ନେତୃତ୍ୱରେ କମ୍ପାନୀ ଜୋମାଟୋ ଏବଂ ବ୍ଲିଙ୍କିଟ ଉଭୟ ବ୍ରାଣ୍ଡକୁ ନୂତନ ଶିଖରରେ ପହଁଞ୍ଚାଇବ। ଏହି ପରିବର୍ତ୍ତନ ଏଟର୍ନାଲକୁ ଅଧିକ ଗଭୀର ଭାବରେ ଧ୍ୟାନ ଦେବାକୁ ଏବଂ ନୂତନ ଚିନ୍ତାଧାରା ଉପରେ କାମ କରିବାକୁ ସୁଯୋଗ ଦେବ। ଏହି ଡେଭଲପମେଣ୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଏଟର୍ନାଲକୁ ସୁଧ ଏବଂ ଜରିମାନା ସହିତ ମୋଟ ୨୭.୫୬ କୋଟି ଜିଏସଟି ଦେବାକୁ କୁହାଯାଇଛି।
ଉଲ୍ଲେଖନୀୟ ଯେ ଦୀପିନ୍ଦର ଗୋୟଲ୨୦୦୮ ରେ ପଙ୍କଜ ଚଡ୍ଡାଙ୍କ ସହ ଜୋମାଟୋର ସହ-ପ୍ରତିଷ୍ଠା କରିଥିଲେ। ପ୍ରାରମ୍ଭରେ, ପ୍ଲାଟଫର୍ମଟି ‘ଫୁଡିବେ’ ଭାବରେ ଜଣାଶୁଣା ଥିଲା, ଯାହାକୁ ପରେ ଜୋମାଟୋ ଭାବରେ ରିବ୍ରାଣ୍ଡ କରାଯାଇଥିଲା। ନିକଟରେ ଏକ ପୋଡକାଷ୍ଟରେ, ଗୋୟଲ ପ୍ରକାଶ କରିଥିଲେ ଯେ ସେ ପୂର୍ବରୁ ସିଇଓ ପଦ ଛାଡିବାକୁ ଚିନ୍ତା କରିଥିଲେ ଏବଂ ଏପରି କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

More Stories
ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ଗ୍ରାମବାସୀଙ୍କ ବିରୋଧ |
ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ
ଟ୍ରେଲରକୁ ପିଟିଲା ଯାତ୍ରୀବାହୀ ବସ୍; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସଙ୍କଟାପନ୍ନ ଅନେକ ଯାତ୍ରୀ