ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ନଛିପୁର ରଉପଡା ଗ୍ରାମ ମଝିରେ ଥିବା ଦୀର୍ଘ ଚାଳିଶି ବର୍ଷର ହାତୀ ନାଳ ପୋଲ ଆଜି ସକାଳୁ ଭୁଶୁଡିପଡ଼ିଛି। ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ପୋଲ ଦେଇ ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକମାନେ ଯାତାୟାତ କରୁଥିବାବେଳେ କ୍ରମଶଃ ଏହା ଦୁର୍ବଳ ହୋଇଯାଇଥିଲା।
ଆଜି ସକାଳ ପ୍ରାୟ ୯ ଟା ସମୟରେ ଏକ ମାଟି ବୋଝେଇ ହାଇୱା ଗାଡି ଯାହାର ନମ୍ବର ଓଡ଼ି-୦୨-ସିଡି-୭୦୫୨ ଉକ୍ତ ବ୍ରିଜ ଦେଇ ଯାଉଥିବାବେଳେ ହଠାତ ବ୍ରିଜ ମଝି ଖୁଣ୍ଟଟି ଭୁସୁଡ଼ିଯାଇଥିଲା। ଯାହା ଫଳରେ ମାଟି ବୋଝେଇ ହାଇୱା ଗାଡିଟି ବ୍ରିଜ ମଝିରେ ଫସି ଯାଇଥିଲା। ଘଟଣା ସ୍ଥଳରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଖବର ପାଇ ବାଣପୁର ପୋଲିସ ଓ ଅଗ୍ନୀଶମ ବିଭାଗ ପହଞ୍ଚି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରିଛନ୍ତି।
ଅନ୍ୟପକ୍ଷରେ ଉକ୍ତ ବ୍ରିଜଟି ଅତି ଦୁର୍ବଳ ହୋଇଯାଇଥିବାରୁ ତାହାର ନିକଟରେ ଆଉ ଏକ ନୁତନ ବ୍ରିଜ ଓ ରାସ୍ତା ନିର୍ମାଣ କାର୍ଯ୍ୟ କିଛିମାତ୍ରାରେ ଆରମ୍ଭ ହୋଇ ଦୀର୍ଘ ମାସ ହେଲା ବନ୍ଦ ରହିଛି। ଏ ନେଇ ଗ୍ରାମ ଉନ୍ନୟନ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଶାନ୍ତ ମିଶ୍ରଙ୍କୁ ପଚାରିବାରୁ ଦୁର୍ବଳ ବ୍ରିଜ ଜାଣିବା ସତ୍ତ୍ୱେ ଓଭରଲୋଡ଼ ହାଇୱା ଏହା ଉପର ଦେଇ ଯିବାରୁ ଏପରି ହୋଇଥିବା କହିଛନ୍ତି। ଅନୁରୂପ ଭାବେ ନୁତନ ବ୍ରିଜଟିର ନିର୍ମାଣ ପାଇଁ ପୁନଶ୍ଚ ଶୀଘ୍ର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ନଛିପୁର ରଉପଡା ଗ୍ରାମ ମଝିରେ ଥିବା ଦୀର୍ଘ ଚାଳିଶି ବର୍ଷର ହାତୀ ନାଳ ପୋଲ ଆଜି ସକାଳୁ ଭୁଶୁଡିପଡ଼ିଛି। ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ପୋଲ ଦେଇ ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକମାନେ ଯାତାୟାତ କରୁଥିବାବେଳେ କ୍ରମଶଃ ଏହା ଦୁର୍ବଳ ହୋଇଯାଇଥିଲା। ଆଜି ସକାଳ ପ୍ରାୟ ୯ ଟା ସମୟରେ ଏକ ମାଟି ବୋଝେଇ ହାଇୱା ଗାଡି ଯାହାର ନମ୍ବର ଓଡ଼ି-୦୨-ସିଡି-୭୦୫୨ ଉକ୍ତ ବ୍ରିଜ ଦେଇ ଯାଉଥିବାବେଳେ ହଠାତ ବ୍ରିଜ ମଝି ଖୁଣ୍ଟଟି ଭୁସୁଡ଼ିଯାଇଥିଲା। ଯାହା ଫଳରେ ମାଟି ବୋଝେଇ ହାଇୱା ଗାଡିଟି ବ୍ରିଜ ମଝିରେ ଫସି ଯାଇଥିଲା। ଘଟଣା ସ୍ଥଳରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଖବର ପାଇ ବାଣପୁର ପୋଲିସ ଓ ଅଗ୍ନୀଶମ ବିଭାଗ ପହଞ୍ଚି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରିଛନ୍ତି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |