ଭୁବନେଶ୍ୱର : ତାଳଚେର ଅଞ୍ଚଳର ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ିଛି । ତାଳଚେର-ଅନୁଗୋଳ ରୋଡରେ ନିର୍ମିତ ବହୁପ୍ରତୀକ୍ଷିତ ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଫ୍ଲାଏଓଭର ଅଞ୍ଚଳବାସୀଙ୍କ ଦୀର୍ଘଦିନର ଟ୍ରାଫିକ୍ ସମସ୍ୟାର ସମାଧାନ କରିବା ସହ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ।
ହାଣ୍ଡିଧୁଆ ନିକଟରେ ରେଳ ଫାଟକ ଯୋଗୁଁ ୪୫ ମିନିଟରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା । ଏବେ ଯାତ୍ରା ସହଜ ଓ ସୁରକ୍ଷିତ ହେବ । ତାଳଚେର ଅଞ୍ଚଳର ପ୍ରାୟ ୪୦ ହଜାରରୁ ଅଧିକ ଜନସାଧାରଣ ଉପକୃତ ହେବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି. ତାଳଚେର-ଅନୁଗୋଳ ରୋଡ୍ ହେଉଛି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ମେରୁଦଣ୍ଡ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଁ ବଡ଼ ଘୋଷଣା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
PM-USHA ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ୧୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲ୍ୟାବ୍ ପ୍ରତିଷ୍ଠା ହେବ। ଏହାସହ ଗବେଷଣା ପାଇଁ ୧୩ କୋଟି ଟଙ୍କାର ଅନୁଦାନ ମିଳିଛି ଏବଂ ୧୪ଟି ପେଟେଣ୍ଟ ପାଇଁ ପଦକ୍ଷେପ ନିଆଯାଇଛି। ସମ୍ବଲପୁରକୁ ଏକ “ନଲେଜ୍ ହବ୍” ବା ଜ୍ଞାନର କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ନୂତନ ଚିନ୍ତାଧାରା ଓ ଉଦ୍ୟୋଗୀ ହେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ହୀରାକୁଦ ହାଫ୍ ମାରାଥନ୍ ୨୦୨୬ର ଲୋଗୋ ଉନ୍ମୋଚିତ ହୋଇଛି। ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଁ ୨୦୨୬ ଫେବୃଆରୀ ୧୫ ରେ ଏହି ଅନ୍ତର୍ଜାତୀୟ ମାରାଥନ୍ ଅନୁଷ୍ଠିତ ହେବ।

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |