ଭୁବନେଶ୍ୱର ମହାନଗର ନିଗମ
ଅଂଚଳାଧିନରେ ରହିଥିବା ଭେଣ୍ଡିଂ
ଜୋନ୍ ଓ ଓମ୍ଫେଡ୍ ବୁଥ୍ରେ ନିଶା ଦ୍ରବ୍ୟ
ଯେପରିକି ଗୁଟଖା, ସିଗେରେଟ, ପାନ ବିକ୍ରି
କଲେ ବ୍ୟବସାୟୀଙ୍କ ଉପରେ ବିଏମସି
ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ
ଦିଆଯାଇଛି। ଏହି ନିୟମ ଯେଉଁ ବ୍ୟବସାୟୀ
ଉଲଂଘନ କରିବେ ତାଙ୍କର ଲାଇସେନ୍ସ
ବାତିଲ ନେଇ ମଧ୍ୟ କଡା ନିର୍ଦେଶ ଦେଇଛି
ବିଏମସି। ଏହା ଛଡା ଅନ୍ୟ ଦୋକାନ ମାନଙ୍କୁ
ମଧ୍ୟ ବିଏମସି ପକ୍ଷରୁ ଚଢ଼ାଉ କରାଯିବା
ନେଇ ମଧ୍ୟ ସୂଚନା ମିଳିଛି।, କଲେଜ,
ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନ ନିକଟରେ
ବ୍ୟବସାୟୀ ମାନେ ବିକ୍ରୟ କରିବ ନାହିଁ ସେ
ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।ନିଶା ଦ୍ରବ୍ୟକୁ ଯାଞ୍ଚ
କରିବା ନେଇ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍
ଗଠନ କରାଯିବା ସହ ଏହାକୁ କଡାକଡି
ଲାଗୁ କରିବା ପାଇଁ ବିଏମସି ସାଧରଣ
ପରିଷଦ ବୈଠକରେ ନିଷ୍ପତି ହୋଇଛି।

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!