ସାଧୁ ସନ୍ଥ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ


ଭାରତରେ ହିନ୍ଦୁତ୍ବର ପୁନର୍ଜାଗରଣରେ ଈର୍ଶ୍ବାନିତ, ହିନ୍ଦୁ ବିଦ୍ୱେଷୀ ମାନଙ୍କ ଦ୍ବାରା ଷଡ଼ଯନ୍ତ୍ର କରାଯାଇ,ଏଇ କିଛି ବର୍ଷ ହେଲା ଯୋଜନାବଦ୍ଧ ଭାବେ ହିନ୍ଦୁ ସଂଗଠକ ଏବଂ ସାଧୁ ସନ୍ଥ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଉଛି ।ଆମର ଏହି ଶାନ୍ତି ପ୍ରିୟ ପବିତ୍ର ଓଡ଼ିଶାମାଟିରେ ମଧ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନିର୍ମମ ହତ୍ୟା ତଥା ଏପରି ଅନେକ ଘଟଣା ବଢ଼ି ଚାଲିଛି।ଏହି କ୍ରମରେ ଗତ 14 ନଭେମ୍ବର ୨୦୨୩ ଦିନ, ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଠାରେ,ବିଶିଷ୍ଟ ସମାଜସୁଧାରକ ସନ୍ଥ ସ୍ବାମୀ କ୍ରାନ୍ତିସ୍ବରୁପାନନ୍ଦ ଗିରି ମହାରାଜ ଙ୍କ ଉପରେ ବର୍ବରୋଚିତ ଆକ୍ରମଣ ହୋଇଛି, ଯାହା ଓଡ଼ିଶାରେ ସାଧୁସନ୍ଥଙ୍କ ମାନଙ୍କ ଜୀବନ ବିପଦାପନ୍ନ ହୋଇପଡ଼ିଥିବା ପ୍ରମାଣିତ କରୁଅଛି l ଏହି ପରିପ୍ରେକ୍ଷୀରେ ଏତଦ୍ବାରା ,ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ହିନ୍ଦୁତ୍ବବାଦୀ ସଂଗଠନର ପ୍ରମୂଖ କାର୍ଯ୍ୟକର୍ତ୍ତାମାନଙ୍କୁ ଆସନ୍ତା ତା ୨୫.୧୧.୨୦୨୩, ଶନିବାର ଦିନ, ଭୁବନେଶ୍ୱର ଠାରେ ଆୟୋଜିତ ସମାବେଶରେ ଯୋଗଦାନ ପୂର୍ବକ,ନିଜ ମତାମତ ଉପସ୍ଥାପନ ସହ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ସହଯୋଗ ପ୍ରଦାନ କରିବେ ବୋଲି ସବିନୟ ଅନୁରୋଧ।ଆପଣଙ୍କର ସ୍ନେହାବଦ୍ଧ।କୃତିବାସ ରଥଆବାହକ।ସମୟ – ଅପରାହ୍ନ ୩ଟା ରୁ ୫ ପର୍ଯ୍ୟନ୍ତ,ସ୍ଥାନ:କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ,କଂଗ୍ରେସ ଭବନ ପଛପାଖ ,ସାମ୍ବାଦିକ ସମ୍ମିଳନୀ: ଅପରାହ୍ନ ୫.୧୫ ରୁ ୭ ଟା ପର୍ଯ୍ୟନ୍ତ।


error: Content is protected !!