ଗୋପାଳପୁର,:-ଗୋପାଳପୁର ବେଳାଭୂମି ମହୋତ୍ସବ–
୨୦୨୬ର ଦ୍ୱିତୀୟ ରଜନୀ
ରାଜ୍ୟସ୍ତରୀୟ ଆୟୋଜନର ରୂପ ନେଇ
ଉତ୍ସାହ ଓ ଆଡମ୍ବର ସହିତ ପାଳିତ
ହୋଇଛି। ସନ୍ଧ୍ୟା ହେବା ସହିତ
ସହସ୍ରାଧିକ ପର୍ଯ୍ୟଟକ, ସ୍ଥାନୀୟ ନିବାସୀ
ଓ ସଂସ୍କୃତିପ୍ରେମୀ ଲୋକେ ମହୋତ୍ସବ
ପ୍ରାଙ୍ଗଣରେ ଭିଡ଼ ଜମାଇ କାର୍ଯ୍ୟକ୍ରମକୁ
ଉପଭୋଗ କରିଥିଲେ। ଏହି ଅବସରରେ
ମୁଖ୍ୟ ଅତିଥି ଭାବେ ସୁରେଶ ପୂଜାରୀ
(ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଓ ବିପଯ୍ୟାୟ
ପରିଚାଳନା ବିଭାଗ) ଯୋଗଦେଇ
ମହୋତ୍ସବର ସଫଳ ଆୟୋଜନ ପାଇଁ
ଆୟୋଜକମାନଙ୍କୁ ଅଭିନନ୍ଦନ
ଜଣାଇବା ସହ ପର୍ଯ୍ୟଟନ ବିକାଶରେ
ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ଉଲ୍ଲେଖ
କରିଥିଲେ। ପ୍ରମୁଖ ବକ୍ତା ଭାବେ
ମାନ୍ୟବର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର (ଖାଦ୍ୟ
ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ
ଓ ପ୍ରଯୁକ୍ତି ବିଦ୍ୟା ବିଭାଗ), ମାନ୍ୟବର
ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାୟକ
ତଥା (ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ
ଓ ଖଣି ବିଭାଗ) ଏବଂ ମାନ୍ୟବର ମନ୍ତ୍ରୀ
ଗୋକୁଳାନନ୍ଦ ମଲ୍ଲିକ (ମୋଚ୍ୱ ଓ ପ୍ରାଣୀ
ସମ୍ପଦ ବିକାଶ ବିଭାଗ ଏବଂ ସୁକ୍ଷ୍ମ, ଖୁଦ୍ର
ଓ ମଧ୍ୟମ ଉଦ୍ୟୋଗ ବିଭାଗ) ମଞ୍ଚରୁ
ଉଦ୍ୱୋଧନ ଦେଇ ଗୋପାଳପୁରକୁ
ଆନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ
ଗଢ଼ି ତୋଳିବା ପାଇଁ ସମନ୍ୱିତ ପ୍ରୟାସର
ଆହ୍ୱାନ କରିଥିଲେ। ସାନମ୍ମାନିତ ଅତିଥି
ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର
ନାୟକ, ବିଧାୟକ, ଖୋଲିକୋଟ ପୂର୍ଣ୍ଣ
ଚନ୍ଦ୍ର ସେଠି , ମେୟର, ବ୍ରହ୍ମପୁର ସଂଘମିତ୍ରା
ଦଳେଇ, ଅଞ୍ଜଳି ସ୍ୱାଇଁ (ଜିଲ୍ଲା ପରିଷଦ,
ଗଞ୍ଜାମ) ଏବଂ ଗଞ୍ଜାମ ଏସପି ଶୁଭେନ୍ଦୁ
ପାତ୍ର ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମକୁ
ଗରିମାମୟ କରିଥିଲେ। ସନ୍ଧ୍ୟାର
ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରସିଦ୍ଧ
କଳାକାର ମୈଥିଲୀ ଠାକୁର, ସୋହିନୀ
ମିଶ୍ର, ରାହୁଲ ସିପ୍ଲିଗୁଞ୍ଜ ଓ ଶଶାଙ୍କ ଶେଖର
ନିଜ-ନିଜ ଆକର୍ଷଣୀୟ ପ୍ରଦର୍ଶନ
ମାଧ୍ୟମରେ ଦର୍ଶକମାନଙ୍କୁ ମନମୁଗ୍ଧ
କରିଥିଲେ। ସେମାନଙ୍କର ସଙ୍ଗୀତମୟ
ପ୍ରସ୍ତୁତି ମହୋତ୍ସବ ପ୍ରାଙ୍ଗଣକୁ ଉତ୍ସବମୁଖର
ପରିବେଶରେ ପରିଣତ କରିଦେଇଥିଲା।
ମହୋତ୍ସବ ପ୍ରାଙ୍ଗଣରେ ରାଜ୍ୟର ବିଭିନ୍ନ
ଜିଲ୍ଲାରୁ ଆସିଥିବା ହସ୍ତଶିଳ୍ପ, ବସ୍ତ୍ର ଓ
ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ଷ୍ଟଲଗୁଡ଼ିକ
ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ
ହୋଇଥିଲା। ବ୍ୟବସାୟିକ ଚଞ୍ଚଳତା ବୃଦ୍ଧି
ପାଇବା ସହ ସ୍ଥାନୀୟ ଉଦ୍ୟୋଗୀ ଓ
କାରିଗରମାନେ ଆର୍ôଥକ ଲାଭ ଉଠାଇଥିବା
ଦେଖାଯାଇଥିଲା। ସୁରକ୍ଷା, ଯାତାୟାତ ଓ
ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଜିଲ୍ଲା
ପ୍ରଶାସନ ଓ ପୋଲିସ ପକ୍ଷରୁ କଡାକଡ଼ି
ବ୍ୟବସ୍ଥା କରାଯାଇଥିଲା। ସ୍ୱେଚ୍ଛାସେବୀ
ଓ ଆୟୋଜକ ସମିତିର ସହଯୋଗରେ
ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଓ
ଶୃଙ୍ଖଳାବଦ୍ଧ ଭାବେ ସମ୍ପନ୍ନ
ହୋଇଥିଲା। ସମଗ୍ର ଭାବେ,
ଗୋପାଳପୁର ବେଳାଭୂମି ମହୋତ୍ସବ–
୨୦୨୬ର ଦ୍ୱିତୀୟ ଦିନ ରାଜ୍ୟର
ପର୍ଯ୍ୟଟନ, ସଂସ୍କୃତି ଓ ସ୍ଥାନୀୟ
ଅର୍ଥନୀତିକୁ ନୂତନ ଗତି ଦେଇ ଏକ ସ୍ମରଣୀୟ
ଅଧ୍ୟାୟ ଭାବେ ପରିଚିତ କରୁଛି ।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |