କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ବନ୍ଦ ସମ୍ପୂର୍ଣ ସଫଳ
କଣ୍ଟାମାଳ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ବୁଧବାର
ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ
ଧାନମଣ୍ଡିର ଅବ୍ୟବସ୍ଥା, ବିଜୁଳୀ
ଉପଭୋକ୍ତାମାନଙ୍କ ପାଇଁ ସ୍ମାଟ୍ ମିଟର, ଗାଡି
ମାଲିକମାନଙ୍କ ପାଇଁ ପଲ୍ୟୁସନ
ସାଟିଫିକେଟ୍, ଚାଷୀଙ୍କ ମାମଲାରେ
ଅବ୍ୟବସ୍ଥାକୁ ନେଇ ଆଜିର ବନ୍ଦ
କଣ୍ଟାମାଳରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ
ହୋଇଯାଇଛି। ନବ ନିର୍ମାଣ କୃଷକ
ସଂଙ୍ଗଠନ ଓ ପ୍ରଦେଶ କଂଗ୍ରେସ କମିଟ
ଚାଷୀ ସଙ୍ଗଠନକୁ ପୁର୍ଣ୍ଣ ମାତ୍ରାରେ ସମର୍ଥନ
କରିଥିଲା। ଆଜି କଣ୍ଟାମାଳ ବ୍ଲକ
କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସମସ୍ତ
ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ
ଅଞ୍ଚଳରେ ଦୋକାନ, ବଜାର, ସରକାରୀ
ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ
ଆଦି ଶାନ୍ତି ପୁର୍ଣ୍ଣ ଭାବରେ ବନ୍ଦ ରହିଥିଲା।
ଏହି ବନ୍ଦ ପାଳନରେ କଣ୍ଟାମାଳ ବ୍ଲକ୍
କଂଗ୍ରେସ କମିଟି ସଭାପତି ହୃଦାନନ୍ଦ କଅଁର,
କେଶବ ଖେତୀ, ନିବାସ ବାରିକ, ସୁଶାନ୍ତ
ମଲିକ୍, ସୁନାଧର ପୁଟେଲ୍, ବ୍ରଜ ମୋହନ୍
ବାରିକ୍, ମୁକେଶ ଖଟୁଆ, ବେଦସାଣ୍ଡ,
ଜ୍ୟୋତି ରଞ୍ଜନ ମହାନନ୍ଦଙ୍କ ସମେତ ଚାଷୀ
ସଙ୍ଗଠନ ଓ କଂଗ୍ରେସ କମିଟି ପକ୍ଷରୁ ଏହି
ବନ୍ଦ ପାଳନ କରାଯାଇଥିଲା। ସେହିପରି
ମନମୁଣ୍ଡା ଗାନ୍ଧୀ ଛକରେ ଦେବଦତ୍ତ ସାଗର,
ମହାଦେବ କଳତା, ଲଳିତ ସାହୁ ପ୍ରମୁଖଙ୍କ
ଉଦ୍ୟମରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ
ସଫଳ ହୋଇଥିଲା। ସେହିପରି ବିଳାସପୁର,
ପଲସାଗୋରା ଆଦି ସ୍ଥାନରେ ସମସ୍ତ ସରକାରୀ
କାର୍ଯ୍ୟାଳୟ ଓ ଗାଡ଼ି ମଟର ବନ୍ଦ ରହିଥିଲା।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |