March 14, 2026

Now Odisha

Now Odisha

୧୦ରୁ ଊର୍ଦ୍ଧ୍ୱ ଆହତ, ତିନି ଗୁରୁତର

Spread the love

୧୦ରୁ ଊର୍ଦ୍ଧ୍ୱ ଆହତ, ତିନି ଗୁରୁତର
ଅସ୍ତରଙ୍ଗ, : ଅସ୍ତରଙ୍ଗ ଥାନା ଅନ୍ତର୍ଗତ
ମାଣ୍ଡୁକି ଗ୍ରାମ ପଞ୍ଚାୟତ ଅଧିନ ଜାମୁଗାଁ ରେ ସୋମବାର
ସକାଳୁ ଜମିଜମା ବିବାଦ କୁ ନେଇ ଦୁଇ ପରିବାର ମଧ୍ୟରେ
ରକ୍ତାକ୍ତ ସଂଘର୍ଷ ହୋଇଛି ଗଣ୍ଡଗୋଳ ରେ କୋଦାଳ,
ଶାବଳ, ହଂସୁଆ, ଢେଲା ପଥର ଦ୍ୱାରା ଉଭୟ ପରିବାର
ସଦସ୍ୟଙ୍କ ମଧ୍ୟରେ ଆକ୍ରମଣ ହୋଇଥିବା ବେଳେ ଉଭୟ
ପରିବାରର ୧୦ ଜଣ ଆହତ ଏବଂ ୩ ଜଣ ଗୁରୁତର
ଆହତ ହୋଇଛନ୍ତି। ଆହତ ମାନଙ୍କୁ ଅସ୍ତରଙ୍ଗ
ମେଡିକାଲରେ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର
ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ
କରାଯାଇଛି। ପୂର୍ବରୁ ଉଭୟଙ୍କ ଭିତରେ ଜମିଜମା ସିମା
ନିର୍ଦ୍ଧାରଣକୁ ନେଇ ବିବାଦ ଲାଗିରହିଥିଲା। ଉଭୟଙ୍କ
ଭିତରେ ଅନେକ ଥର ବାଦ ବିବାଦ ହୋଇଛି ମାତ୍ର ଏଥର
ଏହି ବିବାଦ ଭଙ୍ଗା କଂକ୍ରିଟ ଖଣ୍ଡ ପାଇଁ ଘଟିଛି ବୋଲି ଜଣାପଡିଛି।
ଏହି ସମ୍ବନ୍ଧରେ ଗୋଟେ ପକ୍ଷରୁ ଏତେଲାକାରୀ ଜ୍ୟୋସ୍ନା ରାଣୀ
ପ୍ରଧାନ ଯାହାର କେସ ନଂ ୧୫/୨୫ଏବଂ ଶଙ୍କର ପ୍ରଧାନ
ରେଫର ଅନ୍ୟ ପଟର ଏତେଲାକାରୀ ମିକିନା ପ୍ରଧାନ ଯାହାର
କେସ ନଂ ୧୪/୨୫ଦୁଇଜଣ ରେଫର ମାନସୀ ପ୍ରଧାନ
ଓ ରତ୍ନାକର ପ୍ରଧାନ ହୋଇଥିବା ବେଳେ ବିଭିନ୍ନ ଦିଗକୁ
ନେଇ ତଦନ୍ତ ଚାଲିଚି ବୋଲି ଥାନା ଅଧିକାରୀ ଦୁର୍ଗା ଚରଣ
ମହାପାତ୍ର ସୂଚନା ଦେଇଛନ୍ତି।

error: Content is protected !!