ବିଡ଼ିଓଙ୍କ ମନମାନିକୁ ବୋଲଗଡବାସୀଙ୍କ ବିରୋଧ
ପ୍ରତିବାଦରେ ତହସିଲଦାରଙ୍କୁ ଦାବିପତ୍ର
ରାଜସୁନାଖଳା, : ବୋଲଗଡ଼
ବାମନ ଉଚ୍ଚ ବିଦ୍ୟାଳୟ ମୈଦାନ ଠାରେ
ପାରମ୍ପରିକଭାବେ ହୋଇ ଆସୁଥିବା ଜାନୁଆରୀ ୨୬
ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସ୍ୱ ସୋମବାର ପାଳନ
କରାଯାଇଛି। ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ
ଉତ୍ସବକୁ ପାଳନ ପାଇଁ ପ୍ରତିବର୍ଷ ବ୍ଲକ ପ୍ରଶାସନ ପକ୍ଷରୁ
ପ୍ରଶାସକର ମୁଖ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ସମସ୍ତ
ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମ ଗୁଡିକୁ ଉତ୍ସବରେ
ଉପସ୍ଥିତ ରହିବା ସହିତ ବ୍ଲକ ପ୍ରଶାସନର ମୁଖ୍ୟ,
ସମ୍ମାନୀତ ଅତିଥି ପ୍ରମୁଖ ଉପସ୍ଥିତ ରହିବା ନିମନ୍ତେ ଏକ
ସରକାରୀ ଚିଠିର ବ୍ୟବସ୍ଥା ରହିଆସିଛି। ତେବେ ଚଳିତ
ବର୍ଷ ବୋଲଗଡ଼ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ
ଯୋଗଦେବା ନିମନ୍ତେ ଗଣମାଧ୍ୟମ ଚିଠି ନଂ୨୯୦/
୨୧.୧.୨୬ ଓ ବିଧାୟକ ଉପସ୍ଥିତ ରହି ପତାକା
ଉତ୍ତୋଳନ କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ
ପ୍ରଶାସନ ମୁଖ୍ୟ ବିଡ଼ିଓ ସ୍ଥାନୀୟ ବିଧାୟକଙ୍କୁ ଚିଠି
କରିଥିଲେ। ତେବେ ଏହି ବ୍ଲକ ସ୍ତରୀୟ ଜନରାଜ୍ୟ ଦିବସ
ପାଳନ ପାଇଁ ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଏକ ଚିଠିର
ବ୍ୟବସ୍ଥା ରହି ଥିବା ବେଳେ ଏହି ଚିଠି ଶିକ୍ଷା ଅଧିକାରୀଙ୍କ
ହସ୍ତଗତ ହୋଇ ନାହିଁ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସଫେଇ
ଦେଇଛନ୍ତି। ଅନୁରୂପ ଭାବେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ
ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି କରିଥିବାର ସଫେଇ ଦେଇଛନ୍ତି।
କାଳେ ଯେନତେନ ପ୍ରକାର ଚିଠି କରି ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର
ଦିବସରେ ବ୍ଲକ ପ୍ରଶାସନ ଅନୁପସ୍ଥିତ ରହିବା କେତେ ଦୂର ଯଥାର୍ଥ
ତାହା ଏକ ବିରାଟ ପ୍ରଶ୍ନବାଚି ସୃଷ୍ଟି କରୁଛି। ତେବେ କେଉଁ ଆଧାରକୁ
ନେଇ ବିଡ଼ିଓ ସମ୍ମିଳିତ ପ୍ୟାରେଟରେ ଅନୁପସ୍ଥିତ ରହିବା
ତାହା ଅଂଚଳ ବାସୀଙ୍କୁ ଚକିତ କରିଛି ଓ ବ୍ଲକ ପ୍ରଶାସନର
ଏତାଦୃଶ ବେଖାତିରି କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି
ପାଇଛି। ଫଳ ସ୍ୱରୂପ ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କର ମନମାନୀ
ତଥା ଅହଂକାରୀ କାର୍ଯ୍ୟକଳା ପରେ ଅସନ୍ତୁଷ୍ଟ ବ୍ୟକ୍ତ କରି
ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ କ୍ଲବ ଠାରେ ଏକ
ସର୍ବଦଳୀୟ ସଭାରେ ବ୍ଲକ ପ୍ରଶାସନ ମୁଖ୍ୟଙ୍କ ନାମରେ ନିନ୍ଦା
ପ୍ରସ୍ତାବ ଆଗତ କରାଯିବା ସହ ଥାନାରେ ଏତଲା
ଦିଆଯାଇଛି। ବିଡ଼ିଓଙ୍କ ଏତାଦୃଶ ବେଖାତିର କାର୍ଯ୍ୟକୁ
ବିରୋଧ କରି ଆଜି ଶାନ୍ତିପୂର୍ଣ୍ଣ ଭାବେ ୮୦୦ରୁ ଉର୍ଦ୍ଧ
ବୋଲଗଡ ବାସୀ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ
ତହସିଲଦାରଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ,
ସାଂସଦ ଭୁବନେଶ୍ୱର, ବିଧାୟକ ବେଗୁନିଆ, ଜିଲ୍ଲା ପୋଲିସ
ଆରକ୍ଷୀ ନିରକ୍ଷକ, ରାଜ୍ୟ ପଂଚାୟତ ରାଜ ମନ୍ତ୍ରୀ ଓ ବିଭାଗୀୟ
ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବୋଲଗଡର
ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ପ୍ରମୁଖ ରାଲିରେ ସାମିଲ ଥିଲେ।

More Stories
ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ଗ୍ରାମବାସୀଙ୍କ ବିରୋଧ |
ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ
ଟ୍ରେଲରକୁ ପିଟିଲା ଯାତ୍ରୀବାହୀ ବସ୍; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସଙ୍କଟାପନ୍ନ ଅନେକ ଯାତ୍ରୀ