March 11, 2026

Now Odisha

Now Odisha

କାର୍ଯ୍ୟରେ ଆସିଥିବା ଲୋକଙ୍କୁ ତାଲାପକାଇଛୁ ଉପନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀ |

Spread the love

କାର୍ଯ୍ୟରେ ଆସିଥିବା ଲୋକଙ୍କୁ ତାଲାପକାଇ
ଛୁ ଉପନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀ
ହିନ୍ଦୋଳ, :-ସରକାର ବଦଳିବାପରେ ସରକାରୀ
ଅଫିସରଙ୍କ ମାନସିକତା ନିଶ୍ଚୟ
ବଦଳିଛି ଯାହାର ଉଦାହରଣ ଆଜି
ଦେଖିବାକୁ ମିଳିଛି ହିନ୍ଦୋଳ
ଉପଖଣ୍ଡରେ। ଖବରରୁ ଜଣାପଡିଛି
ହିନ୍ଦୋଳ ବ୍ଲକ ନବକିଶୋର ପଂଚାୟତର ଖଇରାବାହାଳି
ଅଞ୍ଚଳର ବାଟକୃଷ୍ଣ ସାହୁ ଓ ଜଗନ୍ନାଥ ବାରିକ ଓ ଅନ୍ୟଜଣେ
କୌଣସି କାର୍ଯ୍ୟରେ ହିନ୍ଦୋଳ ଉପନିବନ୍ଧକ (ସବରେଜିଷ୍ଟାର) ଅଫିସ ଆସି କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ
କାହାକୁ କିଛି ନଜଣାଇ ସମସ୍ତ କର୍ମଚାରୀ ଓ ଅଧିକାରୀ
ଅଫିସ ତାଲାପକାଇ ୧୨ଟାରୁ କୁଆଡେ ଚାଲିଯାଇଥିଲେ।
ମାତ୍ର ଉପରୋକ୍ତ ବ୍ୟକ୍ତିଦ୍ୱୟ ରହିଯାଇଥିଲେ। ତେବେ ପ୍ରାୟ
ଅପରାହ୍ନ ୩ଟା ଯାଏ ସେମାନେ ଜେଲରେ ବନ୍ଧୀ ଥିବାଭଳି
ଦେଖିବାକୁ ମିଳିଥିଲା ଏବଂ ସମସ୍ତେ କୁଆଡେ ନରସିଂହପୁର
ଅଞ୍ଚଳକୁ ଭୋଜି କରିବାକୁ ଯାଇଥିବା ଶୁଣିବାକୁ ମିଳିଥିଲା।
ଆଜି କୌଣସି ସରକାରୀ ଛୁଟି ନଥିବାବେଳେ କିପରି ଏହି
ଦାୟିତ୍ୱସମ୍ପର୍ଣ୍ଣ କାର୍ଯ୍ୟାଳୟର ସମସ୍ତେ ତିନିଜଣଙ୍କୁ ଅଫିସରେ
ତାଲାପକାଇ ଚାଲିଯାଇଥିଲେ ଯାହାକି ଚରମ ଦାୟିତ୍ୱହୀନତାର
ପରିଚୟ ଦିଏ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିବାସହ
ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଜନସାଧାରଣ।

error: Content is protected !!