March 11, 2026

Now Odisha

Now Odisha

ବିଜୟଧାରା ଜାରି ରଖିବ ଏନ୍‌ଡିଏ |

Spread the love

ଦିଲ୍ଲୀ ଓ ବିହାରରେ
ବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପି
ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟର ଦମ୍‌ଦାର
ପ୍ରଦର୍ଶନ ଦେଖିଥିଲା। ୨୦୨୬ରେ ମଧ୍ୟ
ମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିର
ବିଜୟ ସମସ୍ତଙ୍କୁ ଚକିତ କରିଦେଇଛି। ଏବେ
ପୁଣି ଇଣ୍ଡିଆ ଟୁଡେ-ସି ଭୋଟର ମୁଡ୍ ଅଫ୍ ଦି
ନେସନ୍ ସର୍ଭେରୁ ଜଣାପଡ଼ିଛି ଯେ, ଆଗକୁ ମଧ୍ୟ
ଏନ୍‌ଡିଏ ଏହାର ବିଜୟ ଧାରା ଜାରି ରଖିବ।
ସର୍ଭେ ଅନୁଯାୟୀ ଯଦି ଆଜି (ଜାନୁଆରି
୨୦୨୬)ରେ ଲୋକସଭା ନିର୍ବାଚନ ହେବ
ତେବେ ଏନ୍‌ଡିଏ ୩୫୨ ଆସନରେ ଜିତିବ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା
୨୦୨୪ ନିର୍ବାଚନ ପ୍ରଚାର ସମୟରେ ଯେଉଁ
‘୪୦୦ ପାର’ ସ୍ଲୋଗାନ୍ ଦିଆଯାଇଥିଲା ଦଳ
ସେହି ସଂଖ୍ୟା ଛୁଇଁପାରିବନି। କିନ୍ତୁ ସଂଖ୍ୟା
ଦର୍ଶାଉଛି ଯେ, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ
ମେଣ୍ଟ ପ୍ରତି ଲୋକମାନଙ୍କର ବିଶ୍ୱାସ ଜାରି
ରହିଛି। ଅନ୍ୟପକ୍ଷେ ଯଦି ଆଜି ନିର୍ବାଚନ ହୁଏ
ତେବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟର
ଆସନ ସଂଖ୍ୟା ୧୮୨କୁ ଖସି ଆସିବ ବୋଲି
ସର୍ଭେ କହୁଛି। ୨୦୨୪ ଲୋକସଭା
ନିର୍ବାଚନରେ ଇଣ୍ଡି ମେଣ୍ଟ ୨୩୪ ଆସନରେ
ବିଜୟୀ ହୋଇଥିଲା। ସଂଖ୍ୟା ଦର୍ଶାଉଛି ଯେ,
୨୦୨୫ ଅଗଷ୍ଟରେ ମୁଡ୍ ଅଫ୍ ଦି ନେସନ୍‌
ଇଣ୍ଡି ମେଣ୍ଟ ପାଇଁ ଆକଳନ କରିଥିବା ୨୦୮
ସଂଖ୍ୟାଠାରୁ ମଧ୍ୟ ଏହା କମ୍ ପାଇବ। ସୂଚନାଥାଉ
କି, ୨୦୨୬ରେ ୫ ରାଜ୍ୟ ପଶ୍ଚିମବଙ୍ଗ,
ତାମିଲନାଡ଼ୁ, କେରଳ, ଆସାମ ଓ
ପୁଡ଼ୁଚେରୀରେ ନିର୍ବାଚନ ହେବ। ଏହା ପୂର୍ବରୁ
ସର୍ଭେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ
ପାଇଁ ଏଭଳି ସଂଖ୍ୟା ଆକଳନ କରିବା ଦଳର
ନେତାମାନଙ୍କ ମନୋବଳକୁ ଅଧିକ ଦୃଢ଼ କରିବ।

error: Content is protected !!