ରାୟଗଡ଼ା, ବର୍ଷକର ଝିଅ ବେକରେ ଛୁରି ଲଗାଇ ମାଆକୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ । ଏହିଭଳି ଜଘନ୍ୟ କାଣ୍ଡ ଘଟିଛି ରାୟଗଡ଼ା ସହର ରାମକୃଷ୍ଣ ନଗର ବାସିନ୍ଦା ତଥା ୪ନମ୍ବର ୱାର୍ଡ଼ କାଉନସିଲର ସୁକାନ୍ତ ପରିଡ଼ାଙ୍କ ଘରେ । କାନଫୁଲ ଦୁଇ ହଳ, ମଙ୍ଗଳସୂତ୍ର ସମେତ ଦୁଇ ହଳ ରୂପା ପାଉଁଜି ଏବଂ ଛୋଟ ଝିଅର ୪ ଟି ଖଡ଼ୁ ଚୋରି କରିନେଇଥିବା ସୁକାନ୍ତ କହିଛନ୍ତି |ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୬ଟାବେଳେ ମୁଖା ପିନ୍ଧା ଦୁଇ ଦୁର୍ବୃତ୍ତ ତାଙ୍କ ଘର ପଛ ପଟୁ ପଶି ବର୍ଷକର ଝିଅ ବେକରେ ଛୁରି ଲଗାଇ ତାଙ୍କ ପତ୍ନୀଙ୍କୁ ଘରେ ଥିବା ସୁନାଗହଣା ଦେବାକୁ କହିଥିଲେ। ଫଳରେ ସୁକାନ୍ତଙ୍କ ପତ୍ନୀ ଝିଅର ଜୀବନ ବଞ୍ଚାଇବା ପାଇଁ ଘରେ ଥିବା ସମସ୍ତ ସୁନାଗହଣା ଦେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଚାଲି ଯାଇଥିଲେ । ଦୁର୍ବୃତ୍ତମାନେ ଯିବା ପରେ ସୁକାନ୍ତଙ୍କ ପତ୍ନୀ ସୁକାନ୍ତଙ୍କୁ ଫୋନ୍ କରି ସମସ୍ତ ବିଷୟ ଜଣାଇଥିଲେ । ଖବରପାଇବା ପରେ ସୁକାନ୍ତ ଘରେ ପହଂଚିବା ସହ ପୁଲିସକୁ ସୂଚନା ଦେଇଥିଲେ ।
ସୂଚନାପାଇ ପୁଲିସ ସନ୍ଧାନୀ କୁକୁର ସହ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରାୟଗଡ଼ା ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା ନିଜେ ଯାଞ୍ଚ କରୁଛନ୍ତି । ଏହି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୁକାନ୍ତଙ୍କ ଘରେ ତାଙ୍କ ଶୁଭେଛୁ ଓ ସମର୍ଥକ ଘରେ ଭିଡ଼ ଜମାଇଥିବା ପରିଲକ୍ଷିତ ହୋଇଛି ।

More Stories
ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପିଏମ୍ ମୋଦି।
ମହିଳାଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ।
୬ ବିଜେଡ଼ି ବିଧାୟକ ନିଲମ୍ବନ।