ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ପୁରୋହିତ ଜ୍ୟୋତିରାଜ ଦାସ ରବି କୁମାର ଶର୍ମାଙ୍କ ଉପସ୍ଥିତିରେ କର୍ତ୍ତା ଭାବେ ଏମ.ନାଗେଶ୍ୱର ପୂଜାର୍ଚ୍ଚନା କରିଥିଲେ। ବି. ତ୍ରିନାଥ ରେଡ୍ଡୀ, ସମୀର ରେଡ୍ଡୀ, ସନ୍ତୋଷ ରେଡ୍ଡୀ, ନାରାୟଣ ନାୟକ, ସରୋଜ ପାତ୍ର, ଶଙ୍କର ସୁବୁଦ୍ଧି, ମହେଶ୍ୱର ବେହେରା, ଚିନ୍ତାମଣି ଡାକୁଆଙ୍କ ସମେତ ପଦ୍ମନାଭପୁର ଓ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଆସନ୍ତା ୨୩ ରୁ ୨୬ ଯାଏ ୪ ଦିନବ୍ୟାପୀ ଏହି ମହୋତ୍ସବ ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି। ଏଥି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମହାଯଜ୍ଞରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ସାଧୁ,ସନ୍ଥ ଓ ପଣ୍ଡିତ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |