ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ବମକେଇ ପଞ୍ଚାୟତ ମାଟିଆପଲ୍ଲୀ ଗ୍ରାମ ଶାଗୁଆନ ଜଙ୍ଗଲରେ ଗୁରୁବାର ରାତିରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସାମାଜିକ କର୍ମୀ ରାଜକିଶୋର ମହାନ୍ତି, ବିକ୍ରମ ସିଂ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କୁ ଫୋନ୍ କରି ଜଣାଇଥିଲେ।ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ପାରା ବନ କର୍ମଚାରୀ ସାଗର ପ୍ରଧାନ ଏବଂ ସଂଗ୍ରାମ ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ସିନ୍ଧୁଖାଳି ଗାଁ ନିକଟ ମାଟିଆପଲ୍ଲୀ ଶାଗୁଆନ ବଗିଚାଟି ଜଣେ ବ୍ୟକ୍ତିଙ୍କ ବୋଲି ରେଞ୍ଜର ଜଣାଇଛନ୍ତି। ବହୁ ସଂଖ୍ୟକ ଶାଗୁଆନ ଗଛକୁ ନିଆଁ ଦାଉରୁ ରକ୍ଷା କରାଯାଇଥିବାରୁ ସାମାଜିକ କର୍ମୀ ଦ୍ବୟଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

More Stories
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
ଗୋଚାଲାଣକୁ ରୋକିଲେ ଶ୍ରୀ ରାମ ଗୋସେବା ସମିତିର ସଦସ୍ୟ – ପହଞ୍ଚିଲେ ବିଧାୟକ,୭୮୦ ଗୋରୁ ଉଦ୍ଧାର ।
ପରଲୋକରେ ଅବସର ପ୍ରାପ୍ତ ସୈନିକ |