ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ବ୍ରହ୍ମପୁର-ଭଞ୍ଜନଗର ଜିଲୁଣ୍ଡି ମୁଖ୍ୟ ରାସ୍ତାରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ ହୋଇଛି। ମୃତକ ଜଣକ ହେଲେ ଉକ୍ତ ପଞ୍ଚାୟତର ବୁଡିଆମ୍ବା ଗ୍ରାମର ଅଚ୍ୟୁତାନନ୍ଦ ସାହୁ(୪୩)। ତାଙ୍କୁ ଗତ ୨୯ ତାରିଖ ଦିନ ମଳାସପଦର ଛକ ଠାରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା।
ଏଥିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଚିହ୍ନଟ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗୁରୁବାର ସନ୍ଧ୍ୟାରେ ଉତ୍ୟକ୍ତ ଲୋକେ ଜିଲୁଣ୍ଡି ଠାରେ ଭଞ୍ଜନଗର ବ୍ରହ୍ମପୁର ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଗାଡି ଚିହ୍ନଟର ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।
ସୂଚନା ଅନୁସାରେ, ଗତ ମାସ ୨୯ ତାରିଖ ଅପରାହ୍ନ ସମୟରେ ବୁଡିଆମ୍ବାର ଅଚ୍ୟୁତାନନ୍ଦ କୌଣସି ଏକ କାମରେ ଜିଲୁଣ୍ଡି ପଟୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ମଳାସପଦର ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଆଜି ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ଗ୍ରାମକୁ ଅଣାଯାଇଥିଲା।

More Stories
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
ଗୋଚାଲାଣକୁ ରୋକିଲେ ଶ୍ରୀ ରାମ ଗୋସେବା ସମିତିର ସଦସ୍ୟ – ପହଞ୍ଚିଲେ ବିଧାୟକ,୭୮୦ ଗୋରୁ ଉଦ୍ଧାର ।
ପରଲୋକରେ ଅବସର ପ୍ରାପ୍ତ ସୈନିକ |