ଚୌଦ୍ୱାର : ପୁଣି ଚର୍ଚ୍ଚାରେ ଚୌଦ୍ୱାର ସର୍କଲ ଜେଲ। ବିଚାରଧୀନ କଏଦୀ ନିକଟରୁ ଲୁଟି ନେଲେ ସୁନା । ଚୌଦ୍ୱାର ସର୍କଲ ଜେଲର ଅଧିକ୍ଷକ ସୁଜିତ ରାଉଳଙ୍କ ନାଁରେ ଆସିଛି ଏପରି ଅଭିଯୋଗ l ଆଜି ମାହାଙ୍ଗା ଅଂଚଳ ର ଜଣେ ମହିଳା କାରାଗାର ରେ ଥିଲା ବେଳେ ତାଙ୍କର ବିଭିନ୍ନ ସୁନା ସାମଗ୍ରୀକୁ ହଡପ କରିବା ଘଟଣାକୁ ନେଇ ରାଉଳ ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି lପ୍ରକାଶ ଯେ ମାହାଙ୍ଗାର ଇତିଶ୍ରୀ ମହାନ୍ତି ଏକ ଘଟଣାରେ ୨୩. ୦୯. ୨୦୨୫ ରେ କାରାଗାରକୁ ଯିବା ବେଳେ ତାଙ୍କ ପାଖରେ ଥିବା ବିଭିନ୍ନ ସୁନାକୁ ସିସିଟିଭି ମାଧ୍ୟମରେ ଜେଲ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ l ଜେଲରୁ ତିନି ମାସ ପରେ ଜାମିନରେ ବାହାରିବା ପରେ ନିଜର ସୁନା ଅଳଙ୍କାରକୁ ମାଗିବାରୁ ଖୋଜିବାର ବାହାନା କରି ଜେଲ ଅଧିକ୍ଷକ ସୁଜିତ କୁମାର ରାଉଳ କହିଲେ ଆମେ ଖୋଜୁଛୁ ମାସେ ପରେ ଆସ ଆମେ ଦେଖିବା l
ଇତିଶ୍ରୀ ଫୋନ ମାଧ୍ୟମରେ ଯୋଗାଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା l ଆଜି ଜେଲକୁ ଇତିଶ୍ରୀ ଆସି ପଚାରିବାରୁ ଶ୍ରୀ ରାଉଳ କହିଲେ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ପାଖରେ ଏହି ସୁନା ଅଳଙ୍କାର ରହିଛି ଓ ତାଙ୍କ ବିରୁଦ୍ଧରେ ଏତଲା କରନ୍ତୁ ମୁଁ ତମକୁ କିଛି ଅର୍ଥ ଦେବି ବୋଲି କହିଥିଲେ l ଏହି କଥା ଶୁଣିଲା ପରେ ଇତିଶ୍ରୀ ଚୌଦ୍ୱାର ଥାନାରେ ରାଉଳ ନାଁ ରେ ଲିଖିତ ଅଭିଯୋଗ କରିଛନ୍ତି l ଅନ୍ୟ ପକ୍ଷରେ ଜେଲ ଡ଼ି.ଆଇ.ଜି ଘଟଣାର ତଦନ୍ତ କରିବେ ବୋଲି ଜଣାପଡିଛି l

More Stories
ନିଖୋଜ ନାବିକ ସାର୍ଥକଙ୍କ ଭୁବନେଶ୍ୱରସ୍ଥିତ ପରିବାରକୁ ଭେଟିଲା ଜିଲା ପ୍ରଶାସନ |