ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍; ୧୭ ଆହତ।ଜରଉ ଗାଁ ନିକଟରେ ଦୁର୍ଘଟଣା; ୧୭ ଆହତଙ୍କ ମଧ୍ୟରୁ ୯ ଗୁରୁତର।ଆହତଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଥିବା ସୂଚନା। ଗଞ୍ଜାମ ସୋରଡ଼ାରୁ ଖାରିଗୁଡ଼ା ଯିବାବେଳେ ଖସିଲା ଭ୍ୟାନ୍।ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ଅଘଟଣ।ଦୁର୍ଘଟଣାରେ ଗୁରୁତର ୯ ଜଣ ବ୍ରହ୍ମପୁର ଏମ୍କେସିଜି ସ୍ଥାନାନ୍ତର।ସୂଚନା ଅନୁସାରେ, ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଜରଉ ଘାଟିରେ ଏଭଳି ଦୁର୍ଘଟଣା ଘଟିଛି । ସୋରଡ଼ା ଥାନା ମଧୁରଆମ୍ବ ଗାଁରୁ ପାଖାପାଖି ଏକ ଟାଟା ମେଜିକ ( ଓଡି ୦୭ଏ ଇ ୩୦୯୧ ) ଗାଡ଼ିରେ ୨୭ ଜଣ ପୁରୁଷ ଓ ମହିଳା ମୋହନା ଥାନା ଅନ୍ତର୍ଗତ ଖାରିଗୁମା ଗାଁକୁ ଏକ ଧର୍ମ ସଭାକୁ ଆସୁଥିଲେ। ଗାଁ ଠାରୁ ଅଳ୍ପ କିଛି ଦୂର ରାସ୍ତାରେ ଭାରସାମ୍ୟ ହରାଇ ୧୨ ଫୁଟ ରାସ୍ତା ତଳକୁ ଖସି ପଡ଼ିଲା।ଗାଡ଼ିରେ ଥିବା ୨୦ ଜଣ ସାମାନ୍ୟ ଆହାତ ଥିବା ବେଳେ ୯ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ପ୍ରଥମେ ବଡ଼ଗଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

More Stories