ପାତ୍ରପୁର : ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୀମାନ୍ତ ଘାଟିରେ ଭ୍ୟାନ୍ ଓଲଟି ପଡ଼ିଥିଲା । ଫଳରେ ଦୁଇଗୁରୁତର ଆହତ ।ଘଟଣା ଅନୁସାରେ ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ରୁ ଗାଡ଼ି ଯୋଗେ ଫେରୁଥିବା ସମୟରେ ରାତି ପ୍ରାୟ ୮ଟା ସମୟରେ ଗଞ୍ଜାମ ସୀମାନ୍ତ ଝଗଡାପଲ୍ଲୀ ନିକଟସ୍ଥ ଘାଟିରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଗାଡ଼ିରେ ବସିଥିବା ଗୋଳନ୍ତରା ଅଞ୍ଚଳର ତ୍ରିଲୋଚନ ଜେନା ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଗାଡ଼ିଟି ମହେନ୍ଦ୍ରଗଡ଼ରୁ ତୁରୁବୁଡ଼ି ଦେଇ ବ୍ରହ୍ମପୁର ଫେରୁଥିବା ସମୟରେ ଏହି ଅଘଟଣ ହୋଇଥିଲା । ଗାଡ଼ିରେ ମୋଟ ୫ଜଣ ଯାତ୍ରୀ ଯାତ୍ରା କରୁଥିବା ସୂଚନା ରହିଛି । ଦୁର୍ଘଟଣା ଖବର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟ ନେଇଥିଲେ ।

More Stories
୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…
LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…
ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି