ଟୋକିଓ:ଜାପାନ ପ୍ରଧାନମନ୍ତ୍ରୀ ତଥା ଆଇରନ୍ ଲେଡି ସାନାଏ ତାକାଇଚିଙ୍କ ଐତିହାସିକ ବିଜୟ ହାସଲ କରିଛନ୍ତି। ନିର୍ବାଚନରେ ତାକାଇଚିଙ୍କ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର ଜବରଦସ୍ତ ବିଜୟ ଲାଭ କରିଛି। ସଂସଦର ତଳସଦନରେ ଦୁଇ ତୃତୀୟାଂଶ ବହୁମତ ହାସଲ କରିଛି ଏଲଡିପି। ଭୋଟ୍ ଶେଷ ହେବାର ଦୁଇ ଘଣ୍ଟା ମଧ୍ୟରେ ତାକାଇଚିଙ୍କ ମେଣ୍ଟ ବହୁମତ ପାଇଁ ଆବଶ୍ୟକ ୨୩୩ ଆସନ ଅତିକ୍ରମ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୋଟିଂ ଶେଷ ହେବାର ମାତ୍ର ଦୁଇ ଘଣ୍ଟା ପରେ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି ବହୁମତ ସଂଖ୍ୟା ଅତିକ୍ରମ କରିଛି । ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ଦଳକୁ ବହୁମତ ପାଇଁ ୨୩୩ ଆସନ ଆବଶ୍ୟକ ଥିଲା, ଯାହାକୁ ସେ ସହଜରେ ହାସଲ କରିନେଇଥିଲା । ୬୪ ବର୍ଷୀୟ ତାକାଇଚିଙ୍କ ନେତୃତ୍ୱରେ ଏଲଡିପି ୪୬୫ ଆସନରୁ ଏଲଡିପି ଏକାକୀ ୩୧୬ ଆସନରେ ବିଜୟୀ ହୋଇଛି।
ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ତାଙ୍କ ଜବରଦସ୍ତ ବିଜୟ ପାଇଁ ଅନେକ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ତାକାଇଚିଙ୍କୁ ତାଙ୍କ ଜବରଦସ୍ତ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସାନାଏ ତାକାଇଚିଙ୍କୁ ତାଙ୍କର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ, ଏକ୍ସ ରୁ ପୋଷ୍ଟ କରି ଲେଖିଛନ୍ତି, “ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତା ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ମୁଁ ନିଶ୍ଚିତ ଯେ ଆପଣଙ୍କ ସକ୍ଷମ ନେତୃତ୍ୱରେ, ଆମେ ଭାରତ-ଜାପାନ ବନ୍ଧୁତାକୁ ଆହୁରି ଉଚ୍ଚତାକୁ ନେଇଯିବୁ।”

More Stories
ରବିବାର ଦିଲ୍ଲୀର ପିରାଗଢ଼ୀ ଫ୍ଲାଏଓଭରରେ ପାର୍କିଂ ହୋଇଥିବା ଏକ କାର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଆସନ୍ତା ୧୨ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ଧର୍ମଘଟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଘୋଷଣା କରିଛି।
:ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି