ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ଅଧକ୍ଷା ମମତା ପାତ୍ର ଏବଂ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧକ୍ଷା ସରୋଜିନୀ ତରାଇ ନିଜର ଶତାଧିକ ସମର୍ଥକଙ୍କ ସହିତ ବିଜେପି ପରିବାରରେ ଯୋଗଦାନ କଲେ। ଏହି ମିଶ୍ରଣ ପର୍ବରେ ମୁଁ ସମସ୍ତ ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ହୃଦୟରୁ ସ୍ୱାଗତ କଲି।
ଏହି ଅବସରରେ ବିଜେପି ରାଜ୍ୟ ଉପସଭାପତି ଡ଼. ଯତୀନ ମହାନ୍ତି, ଶ୍ରୀ ବିଷ୍ଣୁ ଦାସ, ବିଧାୟକ ଅମରେନ୍ଦ୍ର ଦାସ, ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ରାଜ୍ୟ ସମ୍ପାଦକ ସରୋଜ କର, ପୁରୀ ଜିଲ୍ଲା ସଭାପତି ଡ଼. ଦେବେନ୍ଦ୍ର ନାଥ ତରାଇ, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶ୍ରୀ ସୁବାସ ଜେନା, ତିର୍ତୋଲ ବିଧାନସଭା ପ୍ରାର୍ଥୀ ଶ୍ରୀ ରାଜକିଶୋର ବେହେରା, ବାଲିକୁଦା ଏରସମା ପ୍ରାର୍ଥୀ ଶ୍ରୀ ସତ୍ୟସାରଥୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |