ବଦଳିଲା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ସିଟ୍।ବିଜେଡିରୁ ନିଲମ୍ବନ ପରେ ବଦଳିଲା ଉଭୟଙ୍କ ବିଧାନସଭା ସିଟ୍।ଅରବିନ୍ଦଙ୍କ G19ରୁ F19 ଓ ସନାତନଙ୍କ F14ରୁ F21 ହେଲା। ଅରବିନ୍ଦ ମହାପାତ୍ରଙ୍କ ସିଟ୍ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହେଲା।ମାଧବ ଧଡ଼ାଙ୍କ ସିଟ୍ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡ଼ଙ୍କ ସିଟ୍।ସୂଚନା ଅନୁଯାୟୀ ଉଭୟଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳରୁ ବିଜେଡିରୁ ନିଲମ୍ୱନ କରିଥିଲେ ବିଜେଡି ସୁପ୍ରିମୋ । ବିଜେଡି ସରକାର କେନ୍ଦୁଝରର ବିକାଶ କରିନାହିଁ ବୋଲି କିଛି ଦିନ ତଳେ କହିଥିଲେ ସନାତନ ମହାକୁଡ଼ । ଏଭଳି ମନ୍ତବ୍ୟ ଦେଇ ପରୋକ୍ଷରେ ନବୀନଙ୍କ ନେତୃତ୍ବକୁ ଚ୍ୟାଲେଂଜ କରିଥିଲେ ସନାତନ ମହାକୁଡ଼ । ଯେଉଁଥିପାଇଁ ସନାଙ୍କ ବିରୋଧରେ ଏହି ବଡ଼ ଆକ୍ସନ ନିଆଯାଇଥିବା ଜଣାପଡ଼ିଛି ।
ସେହିପରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଅନ୍ୟ ଦଳର ନେତାଙ୍କ ସହ ମିଶି ‘ଭିତିରିଆ ଷଡ଼ଯନ୍ତ୍ର’ କରୁଥିବା ବିଜେଡି ସନ୍ଦେହ କରୁଛି । ବିଜେଡିକୁ ଦୁର୍ବଳ କରିବା ପାଇଁ ଅରବିନ୍ଦ ମହାପାତ୍ର ଉଦ୍ୟମ କରୁଥିବା ବିଜେଡି ସନ୍ଦେହ କରିଛି । ଏହି କାରଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…