February 17, 2026

Now Odisha

Now Odisha

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ ..

Spread the love

 ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଘଟଣାରେ ସମ୍ପୃକ୍ତ ପଦ୍ମ ନାୟକଙ୍କୁ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍‌ଆଇ ରାଜ କିଶୋର ପାତ୍ର ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି।

ଥାନାରେ ମାମଲା ନଂ.୧୮/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା – ୧୩୭(୨)/୮୭ ସମେତ ୨୦୧୨ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା। ଘରେ ମାଙ୍କୁ କଲେଜ ଯାଉଛି କହି ଛାତ୍ରୀ ଜଣକ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ଜାନୁଆରୀ ୧୩ ତାରିଖରେ ଛାତ୍ରୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ ପାତ୍ର ଭାରତୀୟ ନ୍ୟାୟ ସଂହିତା ର ଧାରା – ୧୩୭(୨) ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀ କିମ୍ବା ଅପହର୍ତ୍ତାଙ୍କ ସନ୍ଧାନ ମିଳି ନ ଥିଲା। ଅଭିଯୁକ୍ତ ତାଙ୍କ ମୋବାଇଲ ଫୋନରୁ ଛାତ୍ରୀଙ୍କ ପରିବାର ଲୋକଙ୍କୁ ନାନା କଥା କହି ଧମକ ଦେଇଥିଲେ। ଉକ୍ତ ଫୋନ ନମ୍ବରକୁ ପୋଲିସ ଟ୍ରାକିଂ କରିଥିଲେ। ସୋମବାର ଅପରାହ୍ନ ପ୍ରାୟ ୪ ଟାରେ ଅଭିଯୁକ୍ତ ଛାତ୍ରୀ ଙ୍କୁ ନେଇ ବ୍ରହ୍ମପୁର ରେଲୱେ ଷ୍ଟେଶନରେ ଥିବା ଖବର ପାଇ ଦିଗପହଣ୍ଡି ପୋଲିସ ଟିମ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ବ୍ରହ୍ମପୁର ନିମଖଣ୍ଡି ଥାନା ଏସ୍‌ଆଇ ଶକ୍ତିମୟୀ ବେହେରା ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। କୋର୍ଟ ରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତ ଛାତ୍ରୀଙ୍କୁ ଅପହରଣ କରି ତାମିଲନାଡୁର ଚିଟୋଡେ ସହରକୁ ନେଇଯାଇଥିଲେ। ଜାନୁଆରୀ ୯ ତାରିଖରେ ଅଭିଯୁକ୍ତ ଏକ ଘରଭଡ଼ା କରି ସେଠାରେ ୧୪ ତାରିଖ ଯାଏ ଛାତ୍ରୀଙ୍କୁ ରଖି ବାରମ୍ବାର ବଳାତ୍କାର କରିଥିଲେ। ପରେ ତାଙ୍କୁ ଆନ୍ଧ୍ରର ବିଶାଖାପାଟଣା ନେଇ ଆସିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

error: Content is protected !!