ପୁରୀ ଜିଲ୍ଲାର Sakhigopal Bazar ଅଞ୍ଚଳରେ ଗତକାଲି ଖାଦ୍ୟ ସୁରକ୍ଷା ବିଭାଗର ପକ୍ଷରୁ କଡ଼ା ଚଢ଼ାଉ କରାଯାଇଛି।
୧୯ ଫେବୃୟାରୀ ୨୦୨୬ ତାରିଖରେ ପୁରୀ ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ୱରୀ ପତିଙ୍କ ନେତୃତ୍ୱରେ ଖାଦ୍ୟ ସୁରକ୍ଷା ଟିମ, ଅତିରିକ୍ତ ତହସିଲଦାର ଏବଂ ସତ୍ୟବାଦୀ ଥାନା ପୋଲିସର ମିଳିତ ସହଯୋଗରେ ସାକ୍ଷୀଗୋପାଳ ବଜାର, ମନ୍ଦିର ପରିସର ଏବଂ କଡୁଆ ଅଞ୍ଚଳରେ କଡା ଯାଞ୍ଚ କରାଯାଇଥିଲା।
ଏହି ସମୟରେ ମିଳିତ ଟିମ୍ ଦ୍ଵାରା ବଜାରର ବିଭିନ୍ନ ମିଠା ଦୋକାନ ଓ ହୋଟେଲଗୁଡ଼ିକର ଖାଦ୍ୟ ସାମଗ୍ରୀ ଯାଞ୍ଚ କରିବା ସହିତ ଅସୁରକ୍ଷିତ ଓ ଅନୁଚିତ ଭାବେ ବିକ୍ରୟ ପାଇଁ ରଖାଯାଇଥିବା ପ୍ରାୟ ୩୦ କିଲୋଗ୍ରାମର ଅଖାଦ୍ୟ ଜବତ କରି ନଷ୍ଟ କରାଯାଇଛି।
ଏହି ପରିପ୍ରେକ୍ଷୀରେ ନିୟମ ଉଲ୍ଲଂଘନ କରୁଥିବା ଖାଦ୍ୟ ବ୍ୟବସାୟୀଙ୍କଠାରୁ ମୋଟ ୨୬,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଏଭଳି ଚଢାଉ ଆଗାମୀ ଦିନରେ ଜାରି ରହିବା ସହ ଅଖାଦ୍ୟ ବିକ୍ରୀ କରୁଥିବା ଦୋକାନ ହୋଟେଲ ଏବଂ ମିଠା ଷ୍ଟଲ ଉପରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |