ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଛଦେଶ ଅଞ୍ଚଳଟି ବହୁ ପୁରୁତନ ତଥା ରାଜ ରାଜୁଡ଼ା ସମୟରୁ ବେଶ ପରିଚିତ। ହେଲେ ଛଦେଶ ଅଞ୍ଚଳଟି ଏବେ ମଧ୍ୟ ଅନୁନତ ଭାବେ ପଛରେ ପଡି ରହିଛି। ଛଦେଶ ଅଞ୍ଚଳର ଉନ୍ନତି ତଥା ଛଦେଶ ବ୍ଲକ ଦାବିରେ ଆଜି ଛଦେଶର ୧୨ଟି ପଞ୍ଚାୟତର ହଜାର ଲୋକ ବାହାରିଛନ୍ତି। ସେମାନେ ଭାପୁର ଛକରେ ଦୋକାନ ବଜାର ବନ୍ଦ କରି ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ସଂପୁର୍ଣ୍ଣ ବନ୍ଦ କରିଦେଇ ରାସ୍ତାରେ ବସି ରହିଛନ୍ତି । ଯାହାଦ୍ଵାରା କଟକ,ଢେଙ୍କାନାଳ,ଅନୁଗୋଳକୁ ଯାତାୟତ ବାଧାପ୍ରାପ୍ତ ଘଟିଛି। ଯଦି ଏଥିପ୍ରତି ଦୃଷ୍ଟି ଦିଆନ ଯାଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଗାଁ ଗାଁରେ ପହଞ୍ଚିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ମାଜିଷ୍ଟ୍ରେଟ ଏବଂ ଏସଡିପିଓ ପୋଲିସ ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ରହି ବୁଝାସୁଝା କରିବା ସହ ଛଦେଶ ଅଞ୍ଚଳବାସୀଙ୍କର ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |
ବିଷ ବଲୟରେ : ଝାରସୁଗୁଡ଼ା, ଶୋଇ ପଡ଼ିଛି ପ୍ରଦ୍ୟୁଷଣ ବିଭାଗ