ଶ୍ରୀମା ଅରବିନ୍ଦ ଫାଉଣ୍ଡେସନ ଓ ପୁରୀ ଜିଲ୍ଲା ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ “ସୁମନ” ଭଲ୍ୟୁଣ୍ଟରସ ମାନଙ୍କର ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମରେ ଗର୍ଭବତୀ ମା, ମାନଙ୍କର ସୁରକ୍ଷା ସୁରକ୍ଷିତ ଭାବରେ ପ୍ରସବ କରାଇବା ଓ ସୁରକ୍ଷିତ ଭାବରେ ନବଯାତ ଶିଶୁର ଯତ୍ନ ନେବା “ଆସୋସନା ” ର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ
ଗର୍ଭ ଧାରଣ ଅବସ୍ଥାରେ ମା, ର ଯତ୍ନ ନିଆଗଲେ ମାତୃତ୍ୱ କିପରି ସୁରକ୍ଷିତ ରହିପାରିବ ସେଥି ପାଇଁ “ସୁମନ”, କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥି ନିମନ୍ତେ ସୁମନ ଅଧିନରେ ଥିବା ଏହି ମଙ୍ଗଳପୁର ଗୋଷ୍ଠ ସ୍ବାସ୍ଥ୍ୟ କେନ୍ଦ୍ରର ୧୪ ଟି ଉପକେନ୍ଦ୍ରଗୁଡ଼ିକର କାର୍ଯ୍ୟରତ ” ସୁମନ ” ଭଲ୍ୟୁଣ୍ଟିୟରସ ମାନଙ୍କୁ “ଆମ ସ୍ବାସ୍ଥ୍ୟ ଆମ ହାତରେ” ବିଷୟକ ତାଲିମ୍ ସ୍ଵାସ୍ଥ୍ୟ କେନ୍ଦ୍ରର ସଭା ଗୃହ କକ୍ଷରେ ପ୍ରଦାନ କରାଯାଇଥିଲା
। ଏହି ତାଲିମ୍ କାର୍ଯ୍ୟକ୍ରମରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର superintendent ଡାକ୍ତର କାଳୀ ପ୍ରାସାଦ ମିଶ୍ର, , ବ୍ଲକ ପ୍ରୋଗ୍ରାମ ମ୍ୟାନେଜର (BPM ) ବିଜୟଲକ୍ଷ୍ମୀ ସାହୁ ,BHEO ଶୁଭଶ୍ରୀ ସାହୁ ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ । ଏଥିରେ
“ସୁମନ ” ଅନୁଷ୍ଠାନର ଓଡିଶା ସହଯୋଗୀ ସୁକାନ୍ତ କୁମାର ଜେନା, ସୁମନ ଜୋନ ସଂଗଠକ ଶ୍ରୀଧର ବେହେରା , ପୁରୀ ଜିଲ୍ଲା ସୁମନ ସଂଗଠିକା, କୌଶଲ୍ୟା ସାମଲ, ପୁରୀ ଜିଲ୍ଲା ପାଠ ଚକ୍ର ସଂଗଠକ ବିଶ୍ଵମ୍ୱର ସାହୁ, ଶୁଦର୍ଶନ ଦିକ୍ଷୀତି ,ବିପିନ ବିହାରୀ ଦାସ ପ୍ରମୁଖ ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ସହଯୋଗୀତା କରିଥିଲେ । ସରକାରଙ୍କର ଏହି ସ୍ବାସ୍ଥ୍ୟ ସେବା ମୂଳକ”ସୁମନ” କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

More Stories
ନିଖୋଜ ହେବାର ୭ ଦିନ ପରେ ମିଳିଲା ବ୍ରହ୍ମପୁର ଉପକଣ୍ଠ କରାପଲି ଗାଁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତଦେହ।
ଚାଲିଥିଲା ସଟ୍ଟାଖେଳ: ମାଡି ବସିଲା ସଦର ଥାନା ପୋଲିସ୍, ୫ଅଭିଯୁକ୍ତ…
ବାଗଝୋଲା ନଦୀଘାଟରୁ ଗଳିତ ମୃତଦେହ ଜବତ, ହତ୍ୟା ପରେ ଆଳୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିବା ସନ୍ଦେହ