ପଇସା ନଦେଲେ ଆଡମିଟ କାର୍ଡ ନାହିଁ. ଏଭଳି ସଂଗୀନ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ଏକ ସରକାରୀ ହାଇସ୍କୁଲରୁ.ସୂଚନାନୁଯାଇ ହିନ୍ଦୋଳର ରାସୋଳ ସରକାରୀ ହାଇସ୍କୁଲ ଶିକ୍ଷକଙ୍କ ମନାମାନୀ ପାଇଁ ଆଜି ଦୁଇ ଛାତ୍ର ମାଟ୍ରିକ ପରୀକ୍ଷା ଡେବାରୁ ହେଲେ ବଂଚିତ. ଏଭଳି ଖବର ଆଜି ଅଂଚଳରେ ଚର୍ଚ୍ଚା ଜୋର ଧରିଛି. ଗତକାଲି ଖବର ପ୍ରସାରଣ ପରେ ରାତି ସମୟ ରେ କିଛି ଛତ୍ରଛାତ୍ରୀଙ୍କୁ ତରବରିଆ ଭାବେ ସ୍କୁଲ ଶିକ୍ଷକ ଆଡମୀଟ କାର୍ଡ ବଣ୍ଟନ କରି ଦେଇଥିଲେ. ହେଲେ ଦୁଇ ଜଣ ଗରିବ ପିଲାଆଜି ମାଟ୍ରିକ ପ୍ରଥମ ଦିନର ପରୀକ୍ଷା ଦେବାରୁ ବଂଚିତ ହେଲେ. ଏହି ଦୁଇ ଛାତ୍ର ସେମାନଙ୍କ ଡ୍ରେସ କୋର୍ଡ ଏବଂ ଆଡମିଟ କାର୍ଡ ପାଇ ନଥିବା କାରଣରୁ ଆଜି ପରୀକ୍ଷା କେନ୍ଦ୍ର ରୁ କାନ୍ଦି କାନ୍ଦି ଘରକୁ ଫେରିଥିଲେ. ଏହି ଖବର ପାଇ ଆମ ପ୍ରତିନିଧି ସେମାନଙ୍କ ଘରେ ପହଂଚି ପ୍ରତିକ୍ରିୟା ସଂଗ୍ରହ କରିଛନ୍ତି. ଆସନ୍ତୁ ଶୁଣିବା ସମ୍ପୃକ୍ତ ଛତ୍ର ଏବଂ ତାଙ୍କ ଅଭିଭାବକ କଣ କହୁଛନ୍ତି.

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!