ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ବଜ୍ରକୋଟ ଗ୍ରାମର ସ୍କୁଲ ପଛପଟ ବୁଦା ଭିତରୁ ଏକ କଲରାପତରିଆ ବାଘ ଛୁଆର ମୃତଦେହ ଉଦ୍ଧାର କରାଯାଇଛ: ବୁଧବାର ଅପରାହ୍ନରେ କିଛି ସ୍କୁଲ ପିଲା ବୁଦା ଭିତରେ ବାଘ ଛୁଆଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଗ୍ରାମବାସୀମାନେ ଏ ନେଇ ବନ ବିଭାଗକୁ ସୂଚନା ଦେଇଥିଲେ।ସୂଚନା ପାଇ ଡିଏଫଓ (DFO) ହିମାଂଶୁ ମହାନ୍ତି ଓ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁଙ୍କ ସମେତ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
- ମୃତ ବାଘ ଛୁଆଟିର ବୟସ ପ୍ରାୟ ୧ ରୁ ୨ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ସୂଚନା ଅନୁସାରେ, ବାଘ ଶରୀରରେ କୌଣସି ବାହ୍ୟ ଆଘାତ ଚିହ୍ନ ମିଳିନାହିଁ।
ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ଭୁବନେଶ୍ୱରରୁ ଏକ ଜେଟିଏଫ୍ (JTF) ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତିନି ଜଣ ପଶୁ ଚିକିତ୍ସକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ (Post-mortem) କରାଯିବ। ବ୍ୟବଚ୍ଛେଦ ପରେ ବାଘର ଭିସେରା (Viscera) ପରୀକ୍ଷା ପାଇଁ ପଠାଯିବ, ଯାହାଦ୍ୱାରା ଏହା ସ୍ୱାଭାବିକ ମୃତ୍ୟୁ କିମ୍ବା ବିଷକ୍ରିୟା ଜନିତ, ତାହା ସ୍ପଷ୍ଟ ହେବ।
ସରକାରୀ ନିୟମ (SOP) ଅନୁଯାୟୀ, ବ୍ୟବଚ୍ଛେଦ ପରେ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ବାଘ ଛୁଆର ଶବ ଦାହ କରାଯିବ।
ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୌତୁହଳ ଓ ଭୟର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ଘଟଣାର ସୂକ୍ଷ୍ମ ତଦନ୍ତ ଜାରି ରଖିଛି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା