February 20, 2026

Now Odisha

Now Odisha

ରାୟଗଡ଼ରେ ଡାହାଣୀ ଶିକାର ପ୍ରତିରୋଧ ଅଧୂନିୟମ-୨୦୧୩ କର୍ମଶାଳା |

Spread the love

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଡାହାଣୀ ଶିକାର ପ୍ରତିରୋଧ ଅଧୂନିୟମ-୨୦୧୩ ଓ ଦଣ୍ଡବିଧାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଓ ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ରାଣୀ ଦାସ କର୍ମଶାଳାର ଉଦ୍ଦେଶ୍ୟ ଉପରେ ସୂଚନା ଦେବା ସହ ଡାହାଣି ଓ ଗୁଣିଆଙ୍କ ଅନ୍ଧବିଶ୍ଵାସର ଶିକାର ହାଇ ସମାଜରେ ବହୁ ଲୋକଙ୍କ ଧନ ଓ ଜୀବନ ନଷ୍ଟ ହେଉଛି । ଏହି ସବୁ ଅନ୍ଧ ବିଶ୍ୱାସ ଓ କୁପ୍ରଥା ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏହି କର୍ମଶାଳାର ଆୟୋଜନ କରାଯାଇଛି । ଅତିରିକ୍ତ ପୁଲିସ ଅଧ୍ୟକ୍ଷ ଶ୍ରୀ ଗୋଶନାର ବାର୍ଳା , ନିଜ ଅଭିଭାଷଣରେ କହିଥିଲେ, ଏହି ଅନ୍ଧବିଶ୍ଵାସ ଯୋଗୁଁ ମହିଳା ମାନଙ୍କ ଉପରେ ହେଉଥୁବା ହିଂସା ଓ ନିର୍ଯାତନାକୁ ରୋକିବାକୁ ଓଡିଶା ଡାହାଣି ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଅନୁଯାୟୀ ଡାହାଣି ଶିକାର ଏକ ଧର୍ଭବ୍ୟ ଏବଂ ଜାମିନବିହୀନ ଅପରାଧ ବିଷୟରେ ସମସ୍ତ ଗ୍ରାମଗୁଡିକରେ ଅଙ୍ଗନବାଡି କର୍ମୀଙ୍କ ଦ୍ବାରା ସଚେତନ କରିବା ପାଇଁ ସିଡିପିଓ ମାନଙ୍କୁ ନିର୍ଦେଶ ଦେଇଥିଲେ। ସଂକଳ୍ପ ହବ୍ ଜିଲ୍ଲା ସଂଯୋଜକ ଦିବାକର ପରିଚ୍ଛା ଙ୍କ ସଂଯୋଜନାରେ ହୋଇଥିବା ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଚିକତ୍ସା ଅଧିକାରୀ ଶ୍ରୀ ଶ୍ୟାମା ଚରଣ ଗୁରୁ , ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି , ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମୀତା ବେହେରା ,ପ୍ରମୁଖ ମହିଳାମାନଙ୍କୁ କେଉଁ ଉଦ୍ଦେଶ୍ୟରେ ଅଘୋଷିତ ଗୁଣିଆ ତଥା ନ୍ୟସ୍ତସ୍ବାର୍ଥ ବ୍ୟକ୍ତିମାନେ ଡାହାଣୀ ଆଖ୍ୟା ଦେଇ ହିଂସା ଓ ନିର୍ଯାତନା ଦେଇ ଅପରାଧ କରିଥାନ୍ତି ତାହା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ , କାର୍ଯ୍ୟକ୍ରମ ଅଧିକାରିଣୀ ଅହଲ୍ୟା ସୁନା , ଅତିରିକ୍ତ ଆରକ୍ଷୀ ନିରୀକ୍ଷକ , ପ୍ରମୁଖ ଯୋଗ ଦେଇଥିଲେ ।ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ପିରାମଲ ସଂସ୍ଥା ର ଶ୍ରୀ ନରେଶ ଶର୍ମା ସମାଜ ରେ ଥିବା ଅନେକ କୁ ପ୍ରଥା କୁ କେମିତି ଦୂର କରାଯାଇପାରିବ, ତୃଣାମୂଳ ସ୍ତରରେ କେଉଁ ମାନେ ମୁଖ୍ୟ ଭୂମିକା ନେବେ ଆଲୋଚନା କରିଥିଲେ । ଅଧିନିୟମ ରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୫ ,୦୦୦ ବା ତଦୁର୍ଦ୍ଧ ଟଙ୍କା ଜୋରିମାନା ହେବ ବୋଲି ତାଲିମ ଦାତା ବରିଷ୍ଠ ଓକିଲ , ଶ୍ରୀ ରବିନାରାୟଣ ଶତପଥୀ ମାମଲା ପରିଚାଳନା କ୍ଷେତ୍ରରେ ଥିବା ସମସ୍ୟା, ସମାଧାନର ବାଟ, ଆଇନର ଧାରା, ଦଫା, ଏଫଆଇଆର ରୁ ଚାର୍ଜସିଟ ପର୍ଯ୍ୟନ୍ତ କିପରି ତଦନ୍ତ କରିବେ, ସାକ୍ଷୀ ମାନଙ୍କୁ କିପରି ଜେରା କରିବେ, ଅଭିଯୁକ୍ତକୁ କିପରି ଦଣ୍ଡ ଦିଆଯିବ, ଏହି ସବୁ ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଇଉନିସେଫ ର ସଂଯୋଜକ ମିନତୀ ପାତ୍ର , ଆଭା ର ହେନା ରାଣୀ ପ୍ରଧାନ , ସମସ୍ତ ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ସଂକଳ୍ପ ହବ୍ କର୍ମୀ ,ୱାନ୍ ଷ୍ଟପ ସେଂଟର୍ କର୍ମୀ, ଶକ୍ତି ସଦନ କର୍ମୀ, କିଶୋର ବାଳକ ,କିଶୋରୀ ବାଳିକା ,ସ୍ବେଚ୍ଛାସେବୀ ମହିଳା ମଣ୍ଡଳୀର ସଦସ୍ୟା ପ୍ରମୁଖ ୭୦ ଜଣରୁ ଅଧୂକ ମହିଳା ଯୋଗ ଦେଇଥିଲେ । ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ୧୦୦ ଦିନିଆ କାର୍ଯକ୍ରମ ରେ ହୋଇଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ରେ ହୋଇଥିବା ରଚନା ଓ ବିତର୍କ ପ୍ରତିଯୋଗିତା ରେ ବିଜୟୀ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ଟ୍ରୋଫ଼ି ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସଂକଳ୍ପ ହବ ର ସଂଯୋଜକ ଶ୍ରୀ ଦିବାକର ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ |

error: Content is protected !!