କଟକ ଜିଲ୍ଲା ରେ ଚାଲିଥିଲା ଅଫିମ ଚାଷ, ଦିନ କେଇଟା ପରେ ହୋଇଥାନ୍ତା ଅଫିମ ଅମଳ | ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ ର ସ୍ୱତନ୍ତ୍ର ମିଳିତ ଟିମ | ଗୋଟିଏ କି ଦୁଇଟି ନୁହେଁ ନଷ୍ଟ କଲା କୋଟି କୋଟି ଟଙ୍କା ର 43 ହଜାର ରୁ ଊର୍ଧ୍ଵ ଏହି ଅଫିମ ଗଛ | କଟକ ଜିଲ୍ଲା
ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ମିଳିତ ଟିମ ନରସିଂହପୁର ଜୟ ଦାମୋଦରପୁର ମୁଣ୍ଢା ସାହି ଠାରେ ଚଢ଼ାଉ 21 କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅଫିମ ନଷ୍ଟ ସହିତ 6ଜଣ ଗିରଫ କରିଛି | ଏହି ଅଫିମ ରାକେଟ ଚେର ଲମ୍ବିଛି ବାହାର ରାଜ୍ୟକୁ, ଯାହାକୁ ନେଇ ଖୋଳାତାଡ଼ କରୁଛି ଅବକାରୀ ବିଭାଗ | ଏଠାରେ କେତେ ଦିନ ଧରି ଚାଲୁଥିଲା ଏହି ଚାଷ ତାକୁ ନେଇ ଉଠିଛି ପ୍ରଶ୍ନ |

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…