ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁନ୍ଦୁରିଆ ପଂଚାୟତାର ଏକ ପୋଖରୀ ନିକଟରୁ ଗୋମାଂସ ନେଇ ଯାଉଥିବା ଜଣେ ବେପାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖ୍ ପୁଲିସ ଜିମା ଦେଇଥିଲେ । ସୂଚନା ଅନୁସାରେ ନେଉଳପୁର ଅଂଚଳର ଅମୀର ଖାଁ (୫୦) ଆଜି ସକାଳେ ଏକ ବ୍ୟାଗ୍ରେ ୧୦ କିଲୋରୁ ଉର୍ଦ୍ଧ୍ବ ଗୋ-ମାଂସ ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ପହଁଚି ଲୋକଙ୍କୁ ବୁଝା ସୂଝା କରିବା ସହ ଅମୀରଙ୍କୁ ଥାନାକୁ ନେଇ ଆସିଥିଲା। ଏନେଇ ଧର୍ମଶାଳା ମଣ୍ଡଳ ବିଶ୍ବହିନ୍ଦୁପରିଷଦ ସଭାପତି ବିବେକାନନ୍ଦ ଜେନା ଲିଖୂତ ଅଭିଯୋଗ କରିବା ପରେ ପୁଲିସ ୭୯/୨୬ରେ ଏକ ମାମଲା ରୁଜୁ କରିଅଭିଯୁକ୍ତ ଅମୀରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…