କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଭୀରୁଡ଼ା ଉପରଗଡ, ଗରପଡ଼ା, ପାଇକସାହି ,ପଣସ ପାଟଣା ଗ୍ରାମ ଏବଂ ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା, ନରସିଂହପୁର ଅବକାରୀ ବିଭାଗ ଏବଂ କଟକ ଜିଲ୍ଲା ଭ୍ରାମ୍ୟମାଣ ଟିମ୍ ସହିତ ଏକ ମିଳିତ ଚଡାଉ କରାଯାଇଥିଲା। ଉକ୍ତ ଚଡାଉରେ ସର୍ବମୋଟ ୩ହଜାର ୩୬୦ ଲିଟର ଦେଶୀ ମଦ ସହ ୨୧ହଜାର ୩୧୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ, ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୭ ଗୋଟି ମାମଲା ରୁଜୁ କରା ଯାଇଛି।
ଏହି ଚଡାଉରେ
ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷକ ଆଠଗଡ ,
ନରସିଂହପୁର ଅବକାରୀ ଥାନା , ବାଙ୍କି ଥାନା,ଆଠଗଡ ଅବକାରୀ ଥାନା, ଏବଂ ବାପି ସାହୁ ଅବକାରୀ ଉପନିରିକ୍ଷକ,
ଅକ୍ଷୟ କୁମାର ଜେନା ଅବକାରୀ ଉପନିରିକ୍ଷକଙ୍କ ସମେତ ବହୁ କର୍ମଚାରୀ

More Stories
ଗୋ-ମାଂସ ଜବତ ବେପାରୀ ଗିରଫ!
ଶେଷରେ ଜିତିଲା ସତ୍ୟ: ଅବକାରୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦୋଷରେ ଖଲାସ |
ପ୍ରଶାସନ ନିଦ୍ରାରେ, ଗ୍ରାମବାସୀ ଜାଗ୍ରତ