February 28, 2026

Now Odisha

Now Odisha

ରାଜା ଜଙ୍ଗଲରେ ରହୁ କି ଜେଲରେ, ରାଜା ସବୁ ବେଳେ ରାଜା ହିଁ ରହିବ: ରାଜପାଲ ଯାଦବ |

Spread the love

ବଲିଉଡ଼ର କମେଡି କିଙ୍ଗ ରାଜପାଲ ଯାଦବ ଏବେ ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି । ୯ କୋଟଇ ଟଙ୍କାର ଚେକ୍ ବାଇନ୍ସ ମାମଲାରେ ୧୩ ଦିନ ଜେଲରେ ରହିବା ପରେ ବାହାରକୁ ଆସିଛନ୍ତି । ୧୮ ମାର୍ଚ୍ଚରେ କୋର୍ଟରେ ହେବାକୁ ଥିବା ଶୁଣାଣି ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ଋଣକୁ ନେଇ ନାକେବଳ ସଫେଇ ଦେଇଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବି ବଡ଼ ଦାବି ଉଠାଇଛନ୍ତି ।ସାମ୍ବାଦିକ ସମ୍ମିଳନୀରେ ରାଜପାଲ ସେ ମସ୍ତଙ୍କ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ଯେଉଁମାନେ ଏମିତି ସମୟରେ ସୋସିଆଲ ମିଡିଆ ହେଉ କି ବ୍ୟକ୍ତିଗତ ସ୍ତରରେ ହେଉ ତାଙ୍କ ସହ ଛିଡ଼ା ହୋଇଥିଲେ । ଏହାସହ ତାଙ୍କୁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଡିଟେଲ ମାଗିଛନ୍ତି । ଏହାସହ କହିଛନ୍ତି, ମୋତେ କିଛଇ ସମୟ ଦିଅନ୍ତୁ, ଆପଣଙ୍କ ଟଙ୍କା କୃଜ୍ଞତାର ସହ ଆପଣଙ୍କ ଖାତାରେ ପହଞ୍ଚି ଯିବ । ଆପଣମାନେ ଦେଇଥିବା ସମର୍ଥନ ଓ ଭଲ ପାଇବା ସାରା ଜୀବନ ବିତି ଗଲେ ବି ସୁଝଇ ପାରିବିନି ।

ସେ କହିଛନ୍ତି, ମୋ ପାଖରେ ୧୦ ବର୍ଷର ରୋଡମ୍ୟାପ୍ ରହିଛି । ସେ କହିଛନ୍ତି, ସମସ୍ତଙ୍କ ପାଖରେ ପ୍ଲାନ ରହିଥାଏ । ମୋର ବି ୨୦୨୫ରୁ ୨୦୩୫ ପର୍ଯ୍ୟନ୍ତ ପ୍ଲାନ ପ୍ରସ୍ତୁତ ହୋଇରହିଛି । ମୁଁ ଟିଭିର ଗୋଲ୍ଡେନ ମ୍ୟାନ୍, କାମ ଜରିଆରେ ପୁଣି ଫେରିବାକୁ ବ୍ୟାକୁଳ ହେଉଛି । ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରି (ଫେଡେରେସନ)କୁ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି, ଦେଶରେ ଫିଲ୍ମ ଏଗ୍ରିମେଣ୍ଟ ପାଇଁ ଏକ ଷ୍ଟାଣ୍ଡାର୍ଡ ଫର୍ମାଟ ରହିବା ଚରୁରୀ । ଏହାଦ୍ବାରା କଳାକାର ଆଇନଗତ ସମସ୍ୟାରେ ପଡ଼ିବେ ନାହିଁ ।

ଫିଲ୍ମ ଇଣ୍ଡଷ୍ଟ୍ରିକୁ ସୁରକ୍ଷା ଦେବାକୁ ଯାଇ ରାଜପାଲ କଡ଼ ଶବ୍ଦରେ କହିଛନ୍ତି, ଫିଲ୍ମ ଚାଲିଲେ ସବୁ କିଛି ଠିକ୍ । ଯଦି ଫିଲ୍ମ ଫ୍ଲପ ହେଲା ତେବେ ବଲିଉଡ଼ ଖରାପ କାହିଁକି ? ଏବେ ମୁଁ ବଲିଉଡ଼କୁ ଗାଲି ଦେବାକୁ ଦେବିନି । ନିଜର ସିଗ୍ନେଚର ଷ୍ଟାଇଲରେ କହିଥିଲେ, ‘ରାଜପାଲ ଯାଦବ ରାଜ । ରାଜା ଜଙ୍ଗଲରେ ରହୁ କି ଜେଲରେ, ରାଜା ସବୁ ବେଳେ ରାଜା ହିଁ ରହିବ ।’

error: Content is protected !!