ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟରେ ବିଭୋର ହେଲେ ଦର୍ଶକ


ଯାଜପୁର:(ପ୍ରଦ୍ୟୁମ୍ନ କୁମାର ଓଝା):- ବଡ଼ଚଣା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବଲାଙ୍ଗୀର ଲୋକକଳା ନୃତ୍ୟ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣରେ ଦର୍ଶକ ଆତ୍ମବିଭୋର ହୋଇ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ I ପାଞ୍ଚ ଦିନ ଧରି ହେବାକୁ ଥିବା ବଡ଼ଚଣା ମହୋତ୍ସବ ମଞ୍ଚରେ ପ୍ରତ୍ୟେହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳୁଛି I ମହୋତ୍ସବ ପଡିଆରେ ବିଭିନ୍ନ ଦୋଳି ସାଙ୍ଗକୁ ବହୁ ଅସ୍ଥାୟୀ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିଲେ ମଧ୍ୟ ଦୁଇ ଦିନ ଧରି ଚାଲିଥିବା ମହୋତ୍ସବରେ ଆଶାତୀତ ଲୋକ ସମାଗମ ନ ହେବା କାରଣରୁ ବ୍ୟବସାୟ ମାନ୍ଦା ପଡୁଥିବା ଅନେକ ବ୍ୟବସାୟୀ ପ୍ରକାଶ କରିଛନ୍ତି I ଆଗାମୀ ଦିନରେ ଲୋକଗହଳି ବଢିବା ନେଇ ବ୍ୟବସାୟୀ ଆଶା ପ୍ରକଟ କରିଛନ୍ତି I


error: Content is protected !!