ବଜରଙ୍ଗୀ ଫାଇଟର୍ସ କୁ ହରାଇ ଟ୍ରିଡେଣ୍ଟ ୱାରିୟର୍ସ ଚାମ୍ପିଅନ୍.
ଲାଞ୍ଜିଗଡ଼,୨/୪ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ କାନକୁଟୁରୁ ଗ୍ରାମ ପଞ୍ଚାୟତ ଅଧିନସ୍ତ ମଟକେରା ଖେଳ ପଡ଼ିଆ ଠାରେ ପଞ୍ଚାୟତ ସ୍ତରୀୟ କେପିଏଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ମଟକେରା କ୍ରିକେଟ କମିଟି ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ନାମେଣ୍ଟର ଉଦଯାପନୀ ଦିବସର ଫାଇନାଲ ମ୍ୟାଚରେ ଟ୍ରିଡେଣ୍ଟ ୱାରିୟର୍ସ ଓ ବଜରଙ୍ଗୀ ଫାଇଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ପ୍ରଥମେ ବଜରଙ୍ଗୀ ଫାଇଟର୍ସ ଟସ ଜିତି ବ୍ୟାଟିଂ କରି ୬ ଓଭର ବିନିମୟରେ ୮ୱାଇକେଟ ହରାଇ ୩୭ ରନ ସଂଗ୍ରହ କରିଥିବାବେଳେ ଟ୍ରିଡେଣ୍ଟ ୱାରିୟର୍ସ କ୍ରିକେଟ ଦଳ ୫ ଓଭର ୪ ବଲ ବିନିମୟରେ ୮ ୱାଇକେଟ ହରାଇ ବଜରଙ୍ଗୀ ଫାଇଟର୍ସ ଠାରୁ ବିଜୟ ହାସଲ କରି ଚାମ୍ପିଅନ୍.ହୋଇଥିଲା । ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥିଭାବେ କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସ୍କୁଲ ପ୍ରଧାନ ଶିକ୍ଷକ ପଞ୍ଚାନନ ନାଗ, ନରେନ୍ଦ୍ର ନାଏକଙ୍କ ସମେତ ସ୍ଥାନୀୟ ଜିଓ ଟେଗର ଦୁରେନ୍ଦ୍ର ବିଭାର ଓ ୱାର୍ଡ଼ ମେମ୍ବର ରଏବାରୁ ବେସ୍ରା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ଏଥିରେ ଟ୍ରିଡେଣ୍ଟ ୱାରିୟର୍ସ ଦଳରୁ ମେନ ଅଫ ଦି ମ୍ୟାଚ ପପିନ ବନ୍ଧପାରିଆ ଓ ମେନ ଅଫ ଦି ସିରିଜ୍ ହାତେଇଥିଲେ ହରିଶ ଚନ୍ଦ୍ର ନାଏକ। ତିନି ଦିନ ଧରି ଚାଲିଥିବା ଏହି ମ୍ୟାଚରେ ଉମାକାନ୍ତ ବନ୍ଧପାରିଆ ଓ ଯଶୋବନ୍ତ ମାଝୀ ଅମ୍ପିୟାର ଭାର ତୁଲାଇ ଖେଳ ପରିଚାଳନା କରିଥିବାବେଳେ ବେଣୁଧର ବାଗ,ଯୁବ ସାମ୍ବାଦିକ ମଳୟ ବେନୁଆଁ ଓ ରାଜେଶ ଧମୁଡ଼ିଆ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଆୟୋଜିତ କମିଟିର ସଦସ୍ୟ ସୋମନାଥ ବିଶି, ହରିଶ୍ଚନ୍ଦ୍ର ନାଏକ,ଉମାକାନ୍ତ ବନ୍ଧପାରିଆ,ମୁକେଶ ମାଝୀ,ଜୟକ୍ରିଷ୍ଣା ନାଗ,ରଞ୍ଜିତ ବିଭାର,ପପିନ ବନ୍ଧପାରିଆ,ନରେନ୍ଦ୍ର ନାଏକ,ରାଜେଶ କରୁଆଁ,ପ୍ରକାଶ ନାଗ,ଖଗେଶ୍ୱର ହରପାଲ,ମଳୟ ପାତ୍ର,କମେଶ୍ୱର ହରପାଲ ପ୍ରମୁଖ ସହଯୋଗ କରିଥିଲେ।
(କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ)

More Stories
ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର