ନୂଆଦିଲ୍ଲୀ, ୧୦/୦୪:କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ବନ୍ଦର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ପଶ୍ଚିମ ଏସିଆର ଭୂ-ରାଜନୈତିକ ସଙ୍କଟ ଯୋଗୁଁ କିଛି ସମୟ ପାଇଁ କାର୍ଗୋ ପରିବହନ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ, ବର୍ତ୍ତମାନ ପରିସ୍ଥିତି ପୁଣି ସ୍ୱାଭାବିକ ହୋଇଯାଇଛି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, Strait of Hormuz ଅଞ୍ଚଳରେ ଚାଲୁଥିବା ଅଶାନ୍ତି ସତ୍ତ୍ୱେ ସରକାରଙ୍କ ସମୟୋପଯୋଗୀ ହସ୍ତକ୍ଷେପ ଯୋଗୁଁ ପ୍ରମୁଖ ଭାରତୀୟ ବନ୍ଦରଗୁଡ଼ିକରେ ଜମିଥିବା ୯୦% କାର୍ଗୋ ବ୍ୟାକଲଗ୍ କ୍ଲିୟର୍ କରାଯାଇଛି।
ସେହିପରି, Directorate General of Shipping କୁ ସମସ୍ତ ଶୁଳ୍କରେ ସ୍ୱଚ୍ଛତା ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Jawaharlal Nehru Port, Deendayal Port, New Mangalore Port ଓ Mumbai Port ପରି ପ୍ରମୁଖ ବନ୍ଦରଗୁଡ଼ିକରେ ଅଟକିଥିବା କାର୍ଗୋ ମଧ୍ୟ ସଫଳତାର ସହ କ୍ଲିୟର୍ କରାଯାଇଛି।
ବନ୍ଦର କର୍ତ୍ତୃପକ୍ଷଙ୍କୁ ଗ୍ରାଉଣ୍ଡ ରେଣ୍ଟ ଛାଡ଼ ସହିତ ଅନ୍ୟାନ୍ୟ ଆର୍ଥିକ ରିହାତି ତୁରନ୍ତ ରପ୍ତାନିକାରୀ ଓ ଆମଦାନୀକାରୀଙ୍କୁ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

More Stories
ଲୁହା ପ୍ଲେଟରେ ଚାପି ହୋଇ ମା’-ପୁଅ ମୃତ
ଗୋଟିଏ ବିମାନରେ ନବୀନ-ପିତାମ୍ବର
ଆଜିଠୁ ପାଳନ ହେବ ‘ଭାରତୀୟ ରେଳ ସପ୍ତାହ’