ଭୁବନେଶ୍ୱର, ୧୦ ଏପ୍ରିଲ: ଓଡିଶାର ପ୍ରସିଦ୍ଧ ନ୍ୟୁରୋସର୍ଜନ ଓ ଶିକ୍ଷାବିତ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କର ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁବେଳେ ତାଙ୍କୁ ୮୩ ବର୍ଷ ହୋଇଥିଲା ଏବଂ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। IMS & SUM Hospitalରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ସେ SOA ବିଶ୍ୱବିଦ୍ୟାଳୟର IMS & SUM Hospitalର ପ୍ରଥମ ଅଧ୍ୟକ୍ଷ ଥିଲେ। SCB Medical College, କଟକରୁ MBBS ପରେ AIIMS, ନୂଆଦିଲ୍ଲୀରୁ ନ୍ୟୁରୋସର୍ଜରୀରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ।
ସେ Banaras Hindu Universityର Institute of Medical Sciencesରେ ବିଭାଗ ମୁଖ୍ୟ ଓ ନିର୍ଦ୍ଦେଶକ ଭାବେ ସେବା ଦେଇଥିଲେ। ତାଙ୍କର ୧୫୦ରୁ ଅଧିକ ଗବେଷଣା ପ୍ରବନ୍ଧ ପ୍ରକାଶିତ ହୋଇଛି।
ଡାକ୍ତର ବି.ସି. ରାୟ ସମ୍ମାନ ସହିତ ଅନେକ ପୁରସ୍କାରରେ ସମ୍ମାନିତ ମହାନ୍ତି ବିଦେଶର ବିଭିନ୍ନ ପ୍ରସିଦ୍ଧ ସଂସ୍ଥାରେ ଭିଜିଟିଂ ପ୍ରଫେସର ଥିଲେ।
ତାଙ୍କ ବିୟୋଗରେ ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି।

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ