ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ମାନେ ପୁଣିଥରେ ସିବିଏସଇ ୧୦ମ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷର ଫଳାଫଳରେ ସମୁଦାୟ ୧୬,୯୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୫,୯୯୦ ଜଣ ଉତ୍ତୀର୍ଣ୍ଣ ହୋଇ ୯୪.୨୫% ପାସ୍ ହାର ରେକର୍ଡ ହୋଇଛି। ଏଥର ମଧ୍ୟ ଅନେକ ଛାତ୍ରଛାତ୍ରୀ ଉଚ୍ଚ ମାର୍କ୍ସ ଆଣି ସ୍କୁଲମାନଙ୍କର ଗୌରବ ବଢ଼ାଇଛନ୍ତି।୮ ଜଣ ଛାତ୍ରଛାତ୍ରୀ ୯୯%ରୁ ଅଧିକ ମାର୍କ୍ସ ପାଇଥିବା ବେଳେ ୧,୫୯୮ ଜଣ ୯୦%ରୁ ଅଧିକ ଅଙ୍କ ହାସଲ କରିଛନ୍ତି।
ରାଜ୍ୟର ସର୍ବୋଚ୍ଚ ଅଙ୍କ ୯୯.୬% ଦୁଇଜଣ ଛାତ୍ର ସଂଯୁକ୍ତ ଭାବେ ହାସଲ କରିଛନ୍ତି- ବଲାଙ୍ଗିର ଜିଲ୍ଲାର ପାଥରଚେପା ଓଏଭିର ଶ୍ରେୟାଂଶ ନନ୍ଦ ଓ ସତ୍ୟବାଦୀ ଓଏଭିର ଆଶୀର୍ବାଦ ମିଶ୍ର।
ଏହାସହ ପାଥରଚେପା ଓଏଭିର ସୋନାକ୍ଷୀ ପାଢ଼ୀ ୯୯.୪% ଅଙ୍କ ପାଇଥିବା ବେଳେ, ପ୍ରୟାଗ ନାୟକ ଓ ସୋରଡା ଓଏଭିର ଅଂଶୁମାନ ପଣ୍ଡା ପ୍ରତ୍ୟେକ ୯୯.୨% ଅଙ୍କ ହାସଲ କରିଛନ୍ତି।
ସମୁଦାୟ ଫଳାଫଳ ଦେଖିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନଙ୍କର ଶିକ୍ଷା ମାନ ଏବଂ ନିରନ୍ତର ସଫଳତା ପୁନର୍ବାର ପ୍ରମାଣିତ ହୋଇଛି।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!