ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସଆଇ,କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ


ଭୁବନେଶ୍ବର : ପୋଲିସ ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ମାମଲା ।ଫିରିଙ୍ଗିଆ ଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ରାଜ୍ୟ ପୋଲିସର କାର୍ଯ୍ୟରତ ଜଣେ ମହିଳା ଏସଆଇ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୂର୍ବରୁ ମହିଳା ଏସଆଇଙ୍କ ଅଭିଯୋଗ ପରେ ରାଜ୍ୟ ପୋଲିସ ମାମଲା ରୁଜୁ କରିନଥିବା ବେଳେ ଏନେଇ ମହିଳା ଏସଆଇ ଜଣଙ୍କ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । କ୍ରାଇମ୍ ବ୍ରାଞ୍ଚ DSP କଳ୍ପନା ସାହୁ ଟିମର ନେତୃତ୍ବ ନେଉଛନ୍ତି । ମାମଲାର ତଦନ୍ତ ପରେ ଯଦି ଆଇଆଇସିଙ୍କ ବିରୋଧରେ ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଡିଜି ଅରୁଣ ଷଡଙ୍ଗୀ । ୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସଆଇ ଜଣଙ୍କ ଥିବା ବେଳେ ଆଇଆଇସି ରମେଶ ପ୍ରଧାନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସରକାରୀ କ୍ବାର୍ଟରରେ ମହିଳା ଏସଆଇଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।


error: Content is protected !!