ବିଜେଡ଼ିରୁ ବହିଷ୍କାର ହେବା ପରେ ପ୍ରଥମ ଥର ପାଇଁ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ରବିବାର ସଂଧ୍ୟାରେ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ନିଜର ଦମଦାର ଶକ୍ତି ପ୍ରଦର୍ଶନ କରିଛନ୍ତି। ହଜାର ହଜାର ସମର୍ଥକଙ୍କୁ ନେଇ ଶ୍ରୀ ବିଶ୍ୱ।ଳ ଙ୍କର ଆଜିର ଏହି ଶକ୍ତି ପ୍ରଦର୍ଶନ କୌଣସି ବଡ଼ ବଡ଼ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଙ୍କ ସମାବେଶ ଠାରୁ କମ୍ ନଥିଲା ବୋଲି ଜଣାପଡିଛି।
ପ୍ରଭାତଙ୍କୁ ଚେକ୍ ଦେବାକୁ ବିଜେଡ଼ି ର କେତେକ ତଥାକଥିତ ନେତା ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ବେଳେ ପ୍ରଭାତ ମଧ୍ୟ ନିଜର ସଂଗଠନ ବଳରେ ଚୌଦ୍ୱାର-କଟକ ଅଞ୍ଚଳକୁ ବିଜେଡ଼ି ଶୂନ୍ୟ କରିଦେବାକୁ ଭିତରେ ଭିତରେ ଗୋଟି ଚାଳନା କରୁଥିବା ଜଣାପଡୁଛି। ଯାହାକି ଆଜିର ଏହି ବିରାଟ ସମାବେଶ ସହ ଚୌଦ୍ୱାର ରୁ କଟକ କୁ ଲମ୍ବିଥିବା ବିରାଟ ବାଇକ୍ ରାଲି ସୂଚେଇ ଦେଇଛି।
ଏହି ଅବସରରେ ଜନସମୁଦ୍ର କୁ ସମ୍ବୋଧନ କରି ପ୍ରଭାତ କହିଛନ୍ତି ଯେ ଆଜି ଠାରୁ ଚୌଦ୍ୱାର -କଟକ ବାସୀଙ୍କ ପାଇଁ ସତ୍ୟର ଲଢେଇ ଆରମ୍ଭ ହେଲା। ଏହି ମାଟି ମୋତେ ଓ ମୋ ପୁଅ ସୌଭିକ କୁ ଦୁଇ ଦୁଇ ଥର ବିଧାୟକ କରିବାର ସୁଯୋଗ ଦେଇଥିଲା ବେଳେ ୨୦୧୧ ରେ ମୋତେ ଶ୍ରେଷ୍ଠ ବିଧାୟକ ଓ ୨୦୧୭ ରେ ପଣ୍ଡିଚେରୀ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇବାରେ ସହାୟକ ହୋଇଛି। ତେବେ ଡ଼ଃ ପ୍ରଭାତ ବିଶ୍ବାଳ ଙ୍କର ଆଜିର ଏହି ସମାବେଶ ପରେ ବିଜେଡି ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

More Stories
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, କନ୍ଧମାଳରୁ ଆସୁଥିଲା ଭୁବନେଶ୍ୱର
ଟ୍ରାଫିକ୍ ରେ ମ୍ୟୁଜିକ୍ ମଜା, ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ସିଗ୍ନାଲରେ ବାଜୁଛି ମ୍ୟୁଜିକ |
ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ |