ଅର୍ପଣ ଚାଉଳରେ ପ୍ରସ୍ତୁତ ହୋଇଛି ଖେଚୁଡ଼ି


ଆଜି ପ୍ରଥମ ଦିନରେ ଗଞ୍ଜାମରୁ ଆସିଥିବା ଅର୍ପଣ ଚାଉଳରେ ପ୍ରସ୍ତୁତ ହୋଇଛି ଖେଚୁଡ଼ି। ମହାପ୍ରଭୁଙ୍କୁ ଲାଗି ହେବାପରେ ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଦର୍ଶନ ସାରି ଫେରୁଥିବା ଭକ୍ତଙ୍କୁ ବଣ୍ଟାଯାଉଛି ଖେଚୁଡ଼ି। ଶହେଟି କୁଡୁଆରେ ପ୍ରସ୍ତୁତ କରାଯାଇଛି ମହାପ୍ରସାଦ, ରାତି ୮ଟା ଯାଏଁ ଭକ୍ତଙ୍କୁ ବଣ୍ଟା ହେବ ଏହି ପ୍ରସାଦ। ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବାଣ୍ଟିବାର ବ୍ୟବସ୍ଥା କରାଯାଇଛି।


error: Content is protected !!