ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ବାଣୀବିହାର – ରସୂଲଗଡ଼ ରାସ୍ତାର ସତସଙ୍ଗ ବିହାର-ବାଣୀବିହାର ମଝିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ଏବଂ ସ୍ଥାନୀୟ ଲୋକେ ରାସ୍ତା ଉପରେ ବସକୁ ଅଟକାଇ ରଖିଛନ୍ତି ।
ମୃତ ବାଇକ ଆରୋହୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।
ସୂଚନା ଅନୁସାରେ, ବାଇକରେ ଯୁବକଜଣକ ଯାଉଥିବା ବେଳେ ତାଙ୍କୁ ପଛପଟୁ ଆମବସ୍ ଧକ୍କା ଦେଇଥିଲା । ତେବେ ଧକ୍କାରେ ବାଇକ ଆରୋହୀ ତଳେ ପଡିଯିବା ପରେ ତାଙ୍କ ଉପରେ ଆମ ବସଟି ଚଢିଯାଇଥିଲା । ଦୁର୍ଘଟଣା ସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆମ ବସ୍ ବାରମ୍ବାର ଏଭଳି ଦୁର୍ଘଟଣା ଘଟାଉଥିବା ବେଳେ ସେଥିରେ ଅଙ୍କୁଶ ଲାଗିପାରୁନାହିଁ । ଖବର ପାଇ ସହିଦ ନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଦୁର୍ଘଟଣା ଘଟାଇଥିବା ବସକୁ ଅଟକ ରଖିଛି। ସେହିପରିକଟକ କଲେଜ ଛକଠାରେ କାର ଏବେଂ ଆମ ବସ୍ ମଧ୍ୟରେ ଧକ୍କା ହୋଇଛି।

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ