କଣ୍ଟାବାଞ୍ଜି: ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁରେ ହତ୍ୟା ଘଟଣାର ପର୍ଦ୍ଦଫାସ । ପ୍ରେମ ନିବେଦନ କରି ଫେଲ ମାରିବାରୁ ଭାଇ ବୋହୂକୁ ହତ୍ୟା କରିଥିଲା ଦେଢ଼ଶୁର । ପ୍ରେସମିଟରେ ସୂଚନା ଦେଲେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରୟଣ ମାରାଣ୍ଡି ।
ଗତ ୨ ତାରିଖ ଦିନ ବଲାଙ୍ଗୀର ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ରଞ୍ଜିତା ସାହୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ତେବେ ରଞ୍ଜିତାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରିଥିବା ପ୍ରେସମିଟରେ କହିଛି ପୋଲିସ । ଭାଇବୋହୂ ରଞ୍ଜିତାକୁ ପ୍ରେମ ନିବେଦନ କରି ଫେଲ ମାରିବାରୁ ଏଭଳି ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ ଦେଢ଼ଶୁର । ରଞ୍ଜିତାଙ୍କୁ ପ୍ରଥମେ ପଥରରେ ଛେଚିବା ପରେ ଶାଢ଼ୀରେ ମୁହଁକୁ ଚାପି ହତ୍ୟା କରିଥିଲା । ଏହାପରେ ଶବକୁ ପୋତିବାକୁ ଚେଷ୍ଟା କରିଥିଲା ହତ୍ୟାକାରୀ । ହତ୍ୟାକାଣ୍ଡରେ ବ୍ୟବହୃତ ପଥରକୁ ଜବତ କରିବା ସହ ଦେଢ଼ଶୁର ଭଜ ସାହୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍