May 6, 2026

Now Odisha

Now Odisha

ପଶ୍ଚିମବଙ୍ଗ ରେ ବିଜେପି ର ବାଜିମାତ, ମହାକାଳପଡ଼ା ବିଜେପି ମନଇଲା ବିଜୟ ଉଲ୍ଲାସ

Spread the love

ମହାକାଳପଡ଼ା, ୦୫/୦୫ : ପଶ୍ଚିମବଙ୍ଗ ବିଧାନ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ କୁ ବହୁ ପଛରେ ପକାଇ ଭାରତୀୟ ଜନତା ପାର୍ଟି ବାଜିମାତ ପରେ ମହାକାଳପଡ଼ା ବିଜେପି ତରଫରୁ ବିଜୟ ଉଲ୍ଲାସ ପର୍ବ ପାଳିତ ହୋଇଯାଇଛି l ଦିନ କୁ ଦିନ ବିଭିନ୍ନ ରାଜ୍ୟ ର ଭୋଟର ଆଞ୍ଚଳିକ ରାଜନୈତିକ ଦଳ ର କୁଶାସନ କୁ ପ୍ରତ୍ୟାଖାନ କରି ବିଜେପି ର ସୁଶାସନ କୁ ପସନ୍ଦ କରୁଛନ୍ତି l ପ୍ରଧାନ ମନ୍ତ୍ରୀଙ୍କ ର ଗଙ୍ଗା ଠାରୁ ଗଙ୍ଗୋତ୍ରୀ ଆହ୍ୱାନ ପର୍ଯ୍ୟାୟ କ୍ରମେ ସଫଳ ହେବାକୁ ଯାଉଛି l ଆହୁରି ମଧ୍ୟ ଅଙ୍ଗ, କଳିଙ୍ଗ ପରେ ବଙ୍ଗ ଦଖଲ ସାରା ଦେଶରେ ବିଜେପି କର୍ମୀ ମାନଙ୍କ ଭିତରେ ଖୁସିର ଲହରୀ ଖେଳାଇ ଦେଇଛି l ଚଳିତ ବିଧାନ ସଭା ନିର୍ବାଚନ ରେ ମା, ମାଟି ଓ ମାନୁଷ ର ନାରା ଦେଇ ଖୁବ ଦମ୍ଭୋକ୍ତି ଦେଖାଉଥିବା ଟିଏମସିର ମୁଖ୍ୟ ମମତା ବାନାର୍ଜୀ ଙ୍କୁ ବିଜେପି ଧରାଶାୟୀ କରିଛି l ଏପରିକି ର୍ଦିଦି ବିଧାନ ସଭା ଯିବା ବାଟ ବନ୍ଦ କରିଦେଇଛି ବିଜେପି l ଆସାମ ନିର୍ବାଚନ ଦାୟିତ୍ୱ ରେ ଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବେଶ ସଫଳତା ହାସଲ କରିଛନ୍ତି l ସେହିପରି ଭଗବାନ ପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ହେଭି ୱେଟ ମାନଙ୍କ ଲଢେଇ ରେ ନିଜର ପରାକାଷ୍ଠା ଦେଖାଇଛନ୍ତି ମହାକାଳପଡ଼ା ର ନବାଗତ ଯୁବ ବିଧାୟକ ଡ଼.

ଦୁର୍ଗା ପ୍ରସନ୍ନ ନାୟକ l ଉଭୟ ଆସାମ ରେ ସ୍ଥାନୀୟ ସାଂସଦ ଓ ପଶ୍ଚିମ ବଙ୍ଗ ରେ ସ୍ଥାନୀୟ ବିଧାୟକ ଙ୍କ ସହଯୋଗ ଓ ସଫଳତା ବିଜେପି କୁ ଦୁଇ ରାଜ୍ୟରେ ସଫଳତା ପାଇଁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି lଏନେଇ ନିର୍ବାଚନ ମଣ୍ଡଳୀ ସଂଯୋଜକ ସରୋଜ ସାହୁ, ଜିଲ୍ଲା ବିଜେପି ସମ୍ପାଦକ ପ୍ରଶାନ୍ତ ସେଠି, ଜୋନସଭାପତି ୨୦ନଂ ସୌଭାଗ୍ୟ ବାହାଲିଆ, ୨୨ ନଂ ପବିତ୍ର ଚୌଧୁରୀ ୨୩ନଂ ତ୍ରିଲୋଚନ ରାଉତ, ବଡକୁଳ ଓ ମହାକାଳପଡ଼ା ପଂଚାୟତ ର ସରପଞ୍ଚ ପ୍ରାଜ୍ଞ୍l ପାରମିତା କର, ରତିକାନ୍ତ ପଣ୍ଡା,ରୁଦ୍ର ନାରାୟଣ ମୁଦୁଲି, ପ୍ରତାପ ରୁଦ୍ର ପାଇକରାୟ, ସୁଶାନ୍ତ ନାୟକ ସମେତ ବିଭିନ୍ନ ଛାମୁଆ କର୍ମୀ ମିଳିତ ଭାବେ ବିଜୟ ଉଲ୍ଲାସ ପାଳନ କରିଛନ୍ତି l ୨୧ରାଜ୍ୟ ରେ ବିଜେପି ସରକାର ଥିବା ବେଳେ ଚଳିତ ବିଧାନ ସଭା ନିର୍ବାଚନ ରେ ପଶ୍ଚିମବଙ୍ଗ ଓ ଆସାମ ରେ ବିଜେପି ଗାଦୀସୀନ ହେବାକୁ ଯାଉଛି l ଆଗାମୀ ଦିନରେ ଜନପ୍ରିୟ ପ୍ରଧାନ ମନ୍ତ୍ରୀ ଙ୍କ ବିକାଶ ଧାରା ରେ ପ୍ରଭାବିତ ହୋଇ ସାରା ଦେଶ ଗେରୁଆମୟ ହେବ ବୋଲି କର୍ମୀ ମାନେ ଆଶା ପୋଷଣ କରିଛନ୍ତି l ସୁଦୃଢ ଓ ବିକାଶ ମୁଖି ଶାସନ ରେ ସାମିଲ ହୋଇ ଦେଶ ସର୍ବ ବୃହତ ଜାତୀୟ ରାଜନୈତିକ ଦଳ ବିଜେପି ର ହାତ ମୁଠା କୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ କର୍ମୀ ମାନେ l ଜାତୀୟ ରାଜନୈତିକ ଦଳର ପତାକା ଧରି କର୍ମୀ ମାନେ ବିଜେପି ର ଜୟ ଜୟ କାର କରିବା ପରେ ପରସ୍ପର ପରସ୍ପର କୁ ମିଠା ଖୁଆଇଥିଲେ l

error: Content is protected !!