May 6, 2026

Now Odisha

Now Odisha

ଆମେ ନିର୍ବାଚନ ହାରି ନାହୁଁ, ମୁଁ ଇସ୍ତଫା ଦେବି ନାହିଁ: ମମତା

Spread the love

କୋଲକତା : ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ରାଜନୀତିକ ତଣାତଣି ଜୋର ଧରିଛି। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ ନିର୍ବାଚନ ପ୍ରକ୍ରିୟା ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ମମତା କହିଛନ୍ତି ଯେ ସେ ନିର୍ବାଚନ ହାରିନାହାନ୍ତି, ବରଂ ଜନାଦେଶକୁ “ଲୁଟ” କରାଯାଇଛି।

ସେ ସ୍ପଷ୍ଟ କରିଛନ୍ତି ଯେ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବେ ନାହିଁ। “ମୁଁ ହାରିନି, ତେଣୁ ଇସ୍ତଫା ଦେବିନି,” ବୋଲି ସେ କହିଛନ୍ତି।

ସେ ବିଜେପି ଉପରେ ପ୍ରାୟ ୧୦୦ଟି ଆସନ ଦଖଲ କରିବାର ଅଭିଯୋଗ ଆଣିଥିବା ବେଳେ ନିର୍ବାଚନ କମିଶନଙ୍କୁ ପକ୍ଷପାତୀ ବୋଲି ଆରୋପ କରିଛନ୍ତି। ତାଙ୍କ ମତାନୁସାରେ, କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ସୁରକ୍ଷା ବଳ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିଥିବାରୁ ଗଣତନ୍ତ୍ରୀୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ମମତା ଆହୁରି ଦାବି କରିଛନ୍ତି ଯେ କାଉଣ୍ଟିଂ ସେଣ୍ଟରରେ ତାଙ୍କ ସହ ଅସଦ୍ବ୍ୟବହାର ହୋଇଥିଲା, ସିସିଟିଭି ବନ୍ଦ କରାଯାଇଥିଲା ଓ ତାଙ୍କୁ ଧକ୍କା ଦେଇ ବାହାର କରାଯାଇଥିଲା। ଜଣେ ମହିଳା ଭାବେ ତାଙ୍କ ସହ ଅସମ୍ମାନଜନକ ବ୍ୟବହାର ହୋଇଥିବା ସେ କହିଛନ୍ତି।

ନିର୍ବାଚନ ପରେ ତୃଣମୂଳ କର୍ମୀମାନଙ୍କ ଉପରେ ଆକ୍ରମଣ, ଦଳୀୟ କାର୍ଯ୍ୟାଳୟ ଜଳାଯିବା ଓ ଧମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ଏହା ଫଳରେ ରାଜ୍ୟରେ ପରିସ୍ଥିତି ଆହୁରି ତୀବ୍ର ହୋଇଯାଇଛି।

error: Content is protected !!