ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଗ୍ରାମ ପଞ୍ଚାୟତର କେଶପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହର କରୁଣ ପରିଣତି କେତେ ଯେ ଭୟଙ୍କର ତାହା ଉକ୍ତ ପରିବାରର ବାପ ଓ ପୁଅ ଉଭୟଙ୍କ ଆତ୍ମହତ୍ୟାରୁ ସ୍ପଷ୍ଟ ଜଣାପଡୁଛି।
ଘଟଣାରୁ ପ୍ରକାଶ କେଶପୁର ଗ୍ରାମର ତୋଫାନ ପ୍ରଧାନ କିଛିଦିନ ପୂର୍ବେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବିଦେଶ ଯାଇ ଫେରିଥିବା ବେଳେ ଘରେ ଆଉ ଦୁଇଭାଇ ଵି ଅଛନ୍ତି।
କିନ୍ତୁ ବିଦେଶରୁ ଫେରିବା ପରେ ବାପା ନବଘନ ପ୍ରଧାନ ପୁଅକୁ ଗ୍ରାମରେ କିଛି ବ୍ୟକ୍ତିଙ୍କ ଠାରୁ ଟଙ୍କା କରଜ କରିଥିବା ଜଣାଇଥିଲେ।
ତେବେ ଗତକାଲି ଉକ୍ତ କଥାକୁ ନେଇ ବାପ ପୁଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବାପା ନବଘନ ଉତକ୍ଷିପ୍ତ ହୋଇ ଘରୁ ଆତ୍ମହତ୍ୟା କରିବାକୁ କହି ଚାଲିଯାଇ ବାଲୁଗାଁ ଟ୍ରେନ ଲାଇନକୁ ଡେଇଁ ପଡ଼ିଥିଲେ। ପୁଅ ମଧ୍ୟ ରାଗରେ ଘରେ ଥିବା ଚାଉଳ ପୋକ ମରା ଔଷଧ ପିଇ ଦେଇଥିଲା। ଉଭୟ ଭୁବନେଶ୍ୱର ଡାକ୍ତର ଖାନାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।
ଆଜି ଉଭୟଙ୍କ ମର ଶରୀର ଗାଁକୁ ଆସିବାରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉଭୟଙ୍କ ଜୁଇ ଗାଁ ସ୍ମଶାନରେ ଜଳିଥିବା ବେଳେ ନବଘନ ଜଣେ ମେଳାପୀ ଏବଂ ସାଧାସିଧା ଲୋକ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି।
ଘଟଣାରୁ ପ୍ରକାଶ କେଶପୁର ଗ୍ରାମର ତୋଫାନ ପ୍ରଧାନ କିଛିଦିନ ପୂର୍ବେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବିଦେଶ ଯାଇ ଫେରିଥିବା ବେଳେ ଘରେ ଆଉ ଦୁଇଭାଇ ଵି ଅଛନ୍ତି। କିନ୍ତୁ ବିଦେଶରୁ ଫେରିବା ପରେ ବାପା ନବଘନ ପ୍ରଧାନ ପୁଅକୁ ଗ୍ରାମରେ କିଛି ବ୍ୟକ୍ତିଙ୍କ ଠାରୁ ଟଙ୍କା କରଜ କରିଥିବା ଜଣାଇଥିଲେ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |