ଦୀର୍ଘଦିନରୁ ଚାଲି ଆସୁଥିବା ଏକ ଜୁଆଆଡ୍ଡାରେ ପୋଲିସ ଚଢ଼ାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ଗହଣା ଜବତ କରିଛି। ସୋମବାର ସକାଳେ ଜୁଆ ମାମଲା ସହିତ ଜଡ଼ିତ ସେକ୍ଟର -୧୫ ପୋଲିସ ସୀମା ଅନ୍ତର୍ଗତ ଲୁଆକେରା ଗ୍ରାମରେ ଜୁଆଡ଼ିଙ୍କ ଘରେ ରାଉରକେଲା ପୋଲିସ ଏକ ଚଢ଼ାଉ କରିଥିଲା। ଏବେ ମଧ୍ୟ ଚଢ଼ାଉ ଜାରି ରହିଛି। ଅନେକ ଆପତ୍ତିଜନକ ଜୁଆ ସାମଗ୍ରୀ ଏବଂ ୧୦ ଲକ୍ଷରୁ ଅଧିକ ନଗଦ ଜବତ ହୋଇଥିବା ଜଣାପଡ଼ିଛି। ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |