ଭୁବନେଶ୍ଵର : ୩ ବର୍ଷର ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଛି। ଭୁଲ ମେଡିସିନ୍ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ରବିବାର ରାତିରେ ଶିଶୁଟିର ସ୍ଵାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ତେବେ ହସ୍ପିଟାଲରେ ସେତେବେେ ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ୍ ଦେଇଥିଲେ। ଏହାପରେ ଶିଶୁ ଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଶିଶୁଟିର ମୃତ୍ୟୁ ହେବା ପରେ ଚିକିତ୍ସା କରିଥିବା ଡାକ୍ତର ସେଠାରୁ ଚାଲିଯାଇଥିଲେ। ପରେ ଯେଉଁ ଡାକ୍ତର ଆସିଥିଲେ ଭୁଲ ମେଡିସିନ୍ ରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ସେପଟେ ଏହି ଘଟଣାରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…