–ବିଧାନସଭା ମୌସୁମୀ ଅଧିବେଶନର ସୋମବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟ ହୋହାଲ୍ଲା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ବିଧାୟକ ମାନେ ପ୍ଲାକାର୍ଡ, ପୋଷ୍ଟର ଧରି ଗୃହର ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ବିଧାୟକ ମାନଙ୍କୁ ବୁଝାଇବା ସହ ନିଜ ଆସନରେ ବସିବାକୁ ନିବେଦନ କରିଥିଲେ । ହେଲେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କୌଣସି କଥାକୁ ଖାତିର କରିନଥିଲେ ।
ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଅନାସ୍ଥା ନଆଣିବାକୁ ଫନ୍ଦି କରିବା ଅଭିଯୋଗରେ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିବା ବେଳେ ବିଜେଡି କିନ୍ତୁ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିବା ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲା । ଫଳରେ ଗୃହ ମାତ୍ର ୭ମିନିଟ୍ ଚାଲିବା ପରେ ବଚସ୍ପତି ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…