July 12, 2026

Now Odisha

Now Odisha

ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବଦଳି ଅବସରରେ ସମ୍ବର୍ଦ୍ଧନା ଉତ୍ସବ

Spread the love

ମାହାଙ୍ଗା ବ୍ଲକ ଅଧୀନସ୍ଥ ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଜୟ କୁମାର ନନ୍ଦଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଶରଣ ଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସୋମନାଥ ରାମ୍,ମୁଖ୍ୟ ବକ୍ତାଭାବେ ପଂଚସଖା ଶିକ୍ଷାସେତୁ ସଂଗଠନର ସଭାପତି ଜୟରାମ ସ୍ୱାଇଁ, ଯୋଗଦେଇଥିଲେ । ପ୍ରଥମେ ଅତିଥିମାନେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ,ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ଶାରଦା ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ମାନସୀ ସିଂହ, ପୂଜାରାଣୀ ସେଠୀ ଅତିଥି ମାନଙ୍କୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯାଇଥିବା ବେଳେ ବଦଳି ଶିକ୍ଷକଙ୍କୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ପୁଷ୍ପଗୁଚ୍ଛ ଉପଢ଼ୌକନ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସାଗର ଦାସ ଓ ଶ୍ରୀମତୀ ମାନସୀ ସିଂହ କହିଥିଲେ ବଦଳି ପ୍ରଧାନ ଶିକ୍ଷକ ଜଣେ କର୍ତ୍ତବ୍ୟ ନିଷ୍ଠ,ଛାତ୍ର ବତ୍ସଳ,ନିଷ୍କପଟ, ସ୍ନେହୀ,ମେଳାପୀ ଆଦର୍ଶ ଶିକ୍ଷକ ଥିଲେ ବୋଲି ନିଜ ନିଜର ଅଭିଭାଷଣ ରଖିଥିଲେ । ପରେ ପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ଶ୍ରୀଯୁକ୍ତ ଅଜୟ କୁମାର ନନ୍ଦଙ୍କ କାର୍ଯ୍ୟକାରିତା, ପାର ଦର୍ଶିତା,ଛାତ୍ରବତ୍ସଳ ସମ୍ବଦ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ନନ୍ଦ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ,ସମୟାନୁବର୍ତ୍ତିତା ଓ ମେଧାବୀ ହୋଇ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବା ସମ୍ବନ୍ଧରେ ଆଶ୍ରିବଚନ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନେ ବିଦାୟୀ ସଙ୍ଗୀତ ଗାନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସଂଯୁକ୍ତା କୁମାରୀ ପରିଡ଼ା, ଶିକ୍ଷକ ରାଜେଶ୍ କୁମାର ସାହୁ,ଗୋପାଳ ଚନ୍ଦ୍ର ସେଠୀ,ସନ୍ଧ୍ୟାରାଣୀ ସାମଲ,ମିତାଞ୍ଜଳି ପଣ୍ଡା,ପ୍ରକାଶ କୁମାର ମାଝୀ,ସବିତା ରାଉତ,ପ୍ରଣତି ନାୟକ,ଅନ୍ନପୂର୍ଣ୍ଣା ରାଉତ,ସୁନିଲ କୁମାର ମଲ୍ଲ,ଶାନ୍ତିଲତା ଶତପଥୀ, ଅମର କୁମାର ସାହୁ,ସତ୍ୟଜିତ୍ ବାରିକ,ମାଗୁଣି ଚରଣ ସେଠୀ,ପ୍ରତାପ କୁମାର ସାହୁ ଓ ପାଚିକା ବୃନ୍ଦ ପ୍ରମୁଖ ସହଯୋଗ କରିଥିଲା ବେଳେ ଶେଷରେ ଶିକ୍ଷୟିତ୍ରୀ ସୋନାଲି ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ । ମାହାଙ୍ଗା ରୁ ଅକ୍ଷୟ ରାଉଳ ଙ୍କ ରିପୋର୍ଟ now odisha News

error: Content is protected !!