July 18, 2026

Now Odisha

Now Odisha

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

Spread the love

 ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତା ୨୮ ଜୁଲାଇରେ ସେ ନିଜର ୯୦ତମ ଜନ୍ମଦିନ ପାଳନ କରିଥାନ୍ତେ, ମାତ୍ର ଏହାର ୧୧ ଦିନ ପୂର୍ବରୁ ଅର୍ଥାତ୍ ୧୭ ଜୁଲାଇରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ବାରବାଡୋସ୍‌ରୁ ଆସି କ୍ରିକେଟ୍ ଦୁନିଆରେ ରାଜ୍ କରିଥିବା ସୋବର୍ସଙ୍କୁ କ୍ରିକେଟ୍ ଇତିହାସର ସବୁଠାରୁ ଶ୍ରେଷ୍ଠ ଓ ପ୍ରଭାବଶାଳୀ ଖେଳାଳି ଭାବେ ଗଣନା କରାଯାଏ।

error: Content is protected !!